Latest Odisha News

BREAKING NEWS

କବିତା : ଅବ୍ୟକ୍ତ

ଡମ୍ବରୁଧର ବେହେରା 

ଅବ୍ୟକ୍ତ ଅଟନ୍ତି ପ୍ରଭୁ ନିରାକାର
ଆଦି ଅନାଦି ଅନନ୍ତ
ଯୁଗ ଯୁଗ ଧରି ମୁନି ଋଷିଗଣ
ନ ପାଆନ୍ତି ଆଦି ଅନ୍ତ।

ସୃଷ୍ଟି ସର୍ଜନାର ବିଶିଷ୍ଠ ବିନ୍ଧାଣୀ
ରଚେ ଚର୍ମ ହାଡ଼ ମାଂସ
ଦୁର୍ଲଭ ଜୀବନ ଶରୀର ମଣିଷ
ଚତୁର୍ଦ୍ଦିଗେ ବେଢ଼ି ଫାଶ।

ସଂସାର ରୂପକ ଗଭୀର ଜଳରେ
ମୀନ ପରି ଭୋଗେ କଷ୍ଟ
ଅନ୍ତର କଥାକୁ ନ କରି ପ୍ରକଟ
କରନ୍ତି ଅନ୍ୟର ନଷ୍ଟ।

ସର୍ବ ଶକ୍ତିମାନ ବୈକୁଣ୍ଠ ସମାନ
ତା ‘ ପୟରେ ଦିଅ ଧ୍ୟାନ
ନତୁବା ଏ ପ୍ରାଣ କେବେ ଚାଲିଯିବ
ନ ଜାଣିବ ବାଇମନ ।

(ଓଡ଼ିଆ ଶିକ୍ଷକ)
ନବୋଦୟ ବିଦ୍ୟାଳୟ
ସୁରଳ (ଗଞ୍ଜାମ)
ସମ୍ପର୍କ : ୯୪୩୭୭୮୮୪୬୪

Leave A Reply

Your email address will not be published.