Latest Odisha News

ଅନୁବାଦ କବିତା : ସ୍ୱପ୍ନ

ମୂଳ ରଚନା : ଫ୍ରେଡେରିକା ଗାର୍ସିଆ ଲୋରକା

 

ମୁଁ ଏକ ବୋଦା ଉପରେ ସବାର ହୋଇଥିଲି ।
ମୋ ଜେଜେ ମତେ କହିଲେ
“ସେଇଟା ହିଁ ତୋ ଭବିଷ୍ୟତର ପଥ।”
ଭିକାରୀ ପରି ବେଶରେ ଥିବା
ମୋର ଛାୟା କହିଲା “ହଁ ଠିକ କଥା ।”
ମୋର ପୋଷାକ ମାନେ କହିଲେ ,
“ଏ ରାସ୍ତା ପରା ସୁନାରେ ଛାଇ ହୋଇଛି ।”
ଏକ ବିରାଟ ହଂସ ଆଖି ଠାରି କହିଲା ,
“ମୋ ପଛରେ ଆସ”
ଏବଂ ସାପଟିଏ ମୋ ତୀର୍ଥଯାତ୍ରୀ ପୋଷାକକୁ କାମୁଡ଼ି ପକେଇଲା
ମୁଁ ଆକାଶକୁ ଅନାଇଁ ଚିନ୍ତା କଲି ,
” ମୋର ବାଟ କୁଆଡ଼େ !
ଶେଷ ଗୋଲାପ ଗୁଡ଼ିକ ପ୍ରଥମଙ୍କ ପରି
କୁହୁଡ଼ି ହେଲେ ବଦଳିଯାଏ ମାଂସ ଓ ଶିଶିର।”

ମୋର କଳ୍ପନାର ଘୋଡ଼ା
ମତେ ନେଇ ଚାଲିଛି
ଲୋହିତ ଦେଶ ଉପର ଦେଇ
ମୋର ବିଷର୍ଣ୍ଣ କାନ୍ଦୁଥିବା ହୃଦୟ
ଚିତ୍କାର କଲା “ମୁଁ ଠିକ ଥାଏ” ।
ମୁଁ ତାଙ୍କୁ ପୃଥିବୀରେ ଛାଡ଼ି ଆସିଛି
ଅନେକ ବେଦନା ଭରି ଦେଇ ।
ପରସ୍ତ ପରସ୍ତ ଅନ୍ଧାର ଓ ଛାଇ
ନେଇ ରାତି ଆସିଲା
ମୋର ରାସ୍ତା କିନ୍ତୁ ବୋଦାର
ଈଷତ୍ ନୀଳ ଓ ଉଜ୍ଵଳ ଆଖିର
ଆଲୋକରେ ଉଦ୍ଭାସିତ ହେଉଥିଲା ।
ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.