ଗଗନ ବିହାରୀ ନାୟକ
ଝିପି ଝିପି ବର୍ଷା ଦେହ ଭିଜେଇଲା ।
ମନ ତଳ ରହି ଗଲା ।
ଜଳୁଛି ଯେମିତି ଆଦେଖା ନିଆଁରେ ।
ତୁମେ ତା ବୁଝିଲେ ହେଲା (୦)
ବତୁରା ମାଟିର ଗନ୍ଧେ ଶିହରଣ।
ଅଙ୍ଗେ ଅଙ୍ଗେ ଯାଏ ଭରି।
କାହିଁକି କେଜାଣି ମେଘୁଆ ସଂଜଟା ।
ଚାଲିଗଲା ପର କରି ।।
ଦେଇଗଲା ଯେଉଁ କଳାର କାଳିମା ।
କଳଙ୍କିତ କରିଦେଲା (୧)
ସାରିଦେଲା ମୋର ଲାଜର ପସରା ।
ଅସରା ରହିଲା ଆଶା ।
କାହିଁକି କେଜାଣି ଫୁଲେଇ ରାତିଟା
ଦେଖି କରେ ଭାରି ଈର୍ଷା ।।
ଝରି ଗଲା ଯେତେ ଶ୍ରାବଣୀର ଲୁହ
ମୋ ଆଖିରେ ଦେଇ ଗଲା (୨)
ପ୍ରୀତିର ଗଜଲ୍ ଗାଇଲା ଆକାଶ ।
ହାତେ ଧରି ଭଙ୍ଗା ବୀଣା।
ଛିଣ୍ଡେଇ ମନର ତନ୍ତ୍ରୀ ଯେତେକ
ବେସୁରl କରିଲ ସିନା ।
ଅଧା ରହିଗଲା ସ୍ବପ୍ନିଳ ଆଶା ମୋ ।
ରାତି ଟା ବି ପାହିଗଲା (୩)
ଭୁବନେଶ୍ୱର