Latest Odisha News

BREAKING NEWS

ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମରେ ଖଳନାୟକ ହେବେନି ସୈଫ

ମୁମ୍ବାଇ: ଆରଆରଆରର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ସମସ୍ତଙ୍କ ନଜର ଜୁନିୟର ଏନଟିଆରଙ୍କ ଆଗାମୀ ଫିଲ୍ମ ଉପରେ ରହିଛି । ଏହି ଫିଲ୍ମର ନାମକରଣ କରାଯାଇ ନାହିଁ । ବଲିଉଡର ପ୍ରତିଷ୍ଠିତ କଳାକାର ସୈଫ ଅଲୀ ଖାଁ ଏଥିରେ ଭିଲେନ ହେବେ ବୋଲି ଚୂଡାନ୍ତ ହୋଇଥିଲା । ସୋମବାର ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫ ଏହି ଫିଲ୍ମରେ ଖଳନାୟକ ଭୂମିକା କରିବାକୁ ମନା କରି ଦେଇଛନ୍ତି । ଜନତା ଗ୍ୟାରେଜର ସଫଳତା ପରେ କୋରତାଲା ଶିବା ଓ ଜୁନିୟର ଏନଟିଆର ପୁନର୍ବାର ଏହି ଫିଲ୍ମରେ ଏକତ୍ର ହୋଇଛନ୍ତି ।

ଅନ୍ୟ ଫିଲ୍ମ ତୁଳନାରେ ଶିବା ଏହାକୁ ଭବ୍ୟ ଆକାରରେ ନିର୍ମାଣ କରୁଛନ୍ତି । ୫ ଏପ୍ରିଲ ୨୦୨୪ରେ ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଓ ମାଲାୟଲମ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଦମଦାର ରୋଲ ଓ ଆକର୍ଷଣୀୟ ଅଫରକୁ ସୈଫ କାହିଁକି ମନା କଲେ ତାହା ଏବେ ଚର୍ଚ୍ଚାର କାରଣ ସାଜିଛି । ଅବଶ୍ୟ ମେକର୍ସ କିମ୍ବା ସୈଫଙ୍କ ପକ୍ଷରୁ ଏ ନେଇ କୌଣସି ବୟାନ ଆସି ନାହିଁ ।

Leave A Reply

Your email address will not be published.