Latest Odisha News

BREAKING NEWS

ସୈନିକ ସ୍କୁଲ୍ କ୍ୟାଡେଟ୍ ମାନଙ୍କ ଲାଗି ଅନ୍‌ଲାଇନ ପାଠପଢା

ଭୁବନେଶ୍ୱର: ସମଗ୍ର ଦେଶରେ କୋଭିଡ-୧୯ ସଂକ୍ରମଣ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ବେଳେ , ସୈନିକସ୍କୁଲ ଏହାର ୨୦୨୦-୨୧ ସି.ବି.ଏସ୍‌.ଇ. ଶିକ୍ଷାର୍ଥୀ ମାନଙ୍କ ପାଇଁ ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ଜାରି ରଖିଛି ।

ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୈନିକସ୍କୁଲ ଭୁବନେଶ୍ୱରର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ୍ ଏସ.ଡୋମିନିକ୍ ରାୟନ ସୂଚନା ଦେଇ କହିଛନ୍ତି ଯେ ସପ୍ତମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର‌୍ୟ୍ୟନ୍ତ ଶିକ୍ଷାର୍ଥୀମାନେ ଡିଜିଟାଲ ବ୍ୟବସ୍ଥାରେ ‘ଏକ୍ସଟ୍ରା ମାର୍କ ’ସହାୟତାରେ ନିଜର ସି.ବି.ଏସ୍‌.ଇ. ପାଠ୍ୟକ୍ରମ ସହିତ , ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ଆଗାମୀ ୟୁପିଏସସି-ଏନଡିଏ ପ୍ରବେଶିକା ପରୀକ୍ଷାପାଇଁ କୋଚିଙ୍ଗ୍‌ର ସୁବିଧା ମଧ୍ୟ ଦିଆଯାଉଅଛି ।

ଲକ୍‌ଡାଉନ୍ ସମୟରେ କ୍ୟାଡେଟ୍ ମାନେ ବିଦ୍ୟାଳୟ ଠାରୁ ଦୂରରେ ରହୁଥିବାରୁ, ସେମାନଙ୍କ ପାଖକୁ ସି.ବି.ଏସ୍‌.ଇ. ପାଠ୍ୟପୁସ୍ତକ ଡାକଦ୍ୱାରା ପଠାଇବାର ବ୍ୟବସ୍ଥା କରାଯାଇଛି ।

ବିଦ୍ୟାଳୟର ଉପାଧ୍ୟକ୍ଷ ଉଇଙ୍ଗ୍ କମାଣ୍ଡର ଅମିତାଭ ରଂଜନ ଏସବୁ ଏକାଡେମିକ୍ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଛନ୍ତି । ବିଦ୍ୟାଳୟର ଏହି ଅନଲାଇନ୍ ପାଠ୍ୟଦାନ ବ୍ୟବସ୍ଥା ପାଇଁ ଅଭିଭାବକ ମାନଙ୍କ ସମେତ , ପୁରାତନ ଛାତ୍ର ପରିଷଦର ସଦସ୍ୟମାନେ ବିଦ୍ୟାଳୟ ପ୍ରଶାସନ ଏବଂ ଶିକ୍ଷକମାନଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.