Latest Odisha News

BREAKING NEWS

ନାମାଙ୍କନ ଦାଖଲ କଲେ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ

ସାଲେପୁର: ପ୍ରାର୍ଥୀପତ୍ର ଦାଖଲ କଲେ ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ । ଏକ ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ ମା’ଙ୍କ ଆଶୀର୍ବାଦ ନେଇଥିଲେ ।

ସୂଚନାଯୋଗ୍ୟ, ଅରିନ୍ଦମ ପ୍ରାର୍ଥିପତ୍ର ଦାଖଲ କରିବା ପରେ କହିଥିଲେ ଯେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି । ମୁଁ ନିଶ୍ଚିତ ଭାବେ କାମ କରିବି । ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି । ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ସେହିସମୟରେ ପାଖରେ ନିଶ୍ଚୟ ପାଇବେ ବୋଲି ଅରିନ୍ଦମ କହିଛନ୍ତି ।

ସେ ଆହୁରି କହିଛନ୍ତି, ‘ପ୍ରଥମେ ଲୋକମାନଙ୍କ ନିକଟକୁ ଯିବି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବି, ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ’ଣ କାମ କରିବି ତାହା ନିଷ୍ପତ୍ତି ନେବି । ତେବେ ହାତରେ ବହୁତ କମ୍‌ ସମୟ ରହିଛି ତେଣୁ ଯେପରି ସବୁ କାମ ଠିକ୍ ଭାବେ କରିବି ସେନେଇ ଧ୍ୟାନ ଦେବି’ ।

 

Leave A Reply

Your email address will not be published.