Latest Odisha News

BREAKING NEWS

ସଲମାନ, ସଲୀମଙ୍କୁ ହତ୍ୟା ଧମକ !

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଏବଂ ତାଙ୍କ ପିତା ସଲୀମଙ୍କୁ ମିଳିଛି ହତ୍ୟା ଧମକ । ଜଣେ ଅଜ୍ଞାତ ବ୍ୟକ୍ତି ପତ୍ର ଲେଖି ଏହି ହତ୍ୟା ଧମକ ଦେଇଛି । ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ମୁମ୍ବାଇ ପୋଲିସ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ କେସ ରୁଜୁ କରିଛି । ରିପୋର୍ଟ ମୁତାବକ ସଲୀମଙ୍କୁ ମର୍ଣ୍ଣିଂ ୱାକ ବେଳେ ଏହି ପତ୍ର ମିଳିଥିଲା । ପତ୍ରରେ କଣ ଲେଖାଯାଇଛି ଏବଂ ଏହାକୁ କିଏ ପଠାଇଛି ସେ ନେଇ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ତିହାର ଜେଲରେ ଥିବା ଲରେନ୍ସ ବିଶ୍ନୋଇ ତାଙ୍କୁ ମାରିବା ପାଇଁ ଧମକ ଦେଇଥିଲା ।

କୃଷ୍ଣସାର ମୃଗ ବିଶ୍ନୋଇ ସମାଜରେ ପୂଜା କରାଯାଏ । ସଲମାନ ଉପରେ କୃଷ୍ଣସାର ମୃଗ ମାରିବା ଅଭିଯୋଗ ଥିବାରୁ ସେ ଧମକ ଦେଇଥିଲେ । ସୂଚନାଯୋଗୃ,ସିଦ୍ଧୁ ମୁସେୱାଲାଙ୍କ ମର୍ଡର ପଛରେ ବିଶ୍ନୋଇ ଗ୍ୟାଙ୍ଗର ହାତ ଥିବା ଅନୁମାନ କରାଯାଉଛି । ଜାନୁୟାରୀ ୨୦୨୦ରେ ଏହି ଗ୍ୟାଙ୍ଗ ସଲମାନଙ୍କୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

Leave A Reply

Your email address will not be published.