Latest Odisha News

BREAKING NEWS

‘କିସି କା ଭାଇ କିସି କି ଜାନ’ ଫିଲ୍ମର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ, ଦୁଇ ଦିନରେ ରେକର୍ଡ଼ ସଂଖ୍ୟକ ବୁକ୍‌

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ସଲମାନ ଖାନ ତାଙ୍କର ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିସହିତ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି, ଯାହା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଫିଲ୍ମର ଗୀତ ଏବଂ ଟ୍ରେଲରକୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥିବାରୁ ବଡ ପରଦାରେ ଏହାକୁ ଦେଖିବା ପାଇଁ ଉତ୍ସାହିତ ଅଛନ୍ତି ।

BjdElectrycity

ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ପାଇଁ ଆଡଭାନ୍ସ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଗତ ସନ୍ଧ୍ୟାରେ କିଛି ସ୍ଥାନରେ ବୁକିଂ ଆରମ୍ଭ ହୋଇଥିଲା ଏବଂ ରାତିରେ ମୁମ୍ବାଇର ପ୍ରସିଦ୍ଧ ସିଙ୍ଗଲ୍ ସ୍କ୍ରିନ୍ ଥିଏଟର ଗାୟଟି ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି । ଏହି ଥିଏଟରରେ ୪ ଟି ଶୋ ମଧ୍ୟରୁ ୩ଟି ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଛି । ଆଶ୍ଚର୍ଯ୍ୟର କଥା, ଶନିବାର ଏବଂ ରବିବାର ଶୋ ପାଇଁ ଫିଲ୍ମର ଟିକେଟ୍ ଶୀଘ୍ର ବୁକ୍ ହୋଇଗଲା । ଆଡ଼ଭାନ୍ସ ବୁକିଂରୁ ଜଣାଯାଉଛିି ଯେ, ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିବ । ଏହାର ଟିକେଟ ମୂଲ୍ୟ କମ୍ ରଖାଯାଇଛି, ଯାହାଫଳରେ ଦର୍ଶକ ଅଧିକରୁ ଅଧିକ ପ୍ରେକ୍ଷାଳୟକୁ ଯାଇ ଫିଲ୍ମ ଦେଖି ପାରିବେ । କାରଣ ଅଜୟ ଦେବଗନଙ୍କ ଫିଲ୍ମ ଭୋଲାର ଟିକେଟ ମହଙ୍ଗା ଯୋଗୁଁ ଦର୍ଶକ ପ୍ରେକ୍ଷାଳୟକୁ ଯିବାକୁ ପସନ୍ଦ କରି ନ ଥିଲେ ।
ଫିଲ୍ମରେ ସଲମାନ ଖାନଙ୍କ ବ୍ୟତୀତ ରାଘବ ଜୁୟାଲ, ଶାହନାଜ ଗିଲ, ଜସି ଗିଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ, ଜଗପତି ବାବୁ, ଭେଙ୍କଟେଶ ପ୍ରମୁଖ ଅଛନ୍ତି ।

Leave A Reply

Your email address will not be published.