Latest Odisha News

BREAKING NEWS

ଟାଇମ ଟ୍ରାଭେଲରଙ୍କ ରହସ୍ୟମୟ ବୟାନ, ପୃଥିବୀକୁ ଆସୁଛି ବଡ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ଟାଇମ ଟ୍ରାଭେଲର ଭାବେ ପରିଚୟ ଦେଇଛନ୍ତି । ଏହାର ମାନେ ସେମାନେ ସମୟ ପୂର୍ବରୁ ସମୟକୁ ଆଗୁଆ ଦେଖି ନେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନିଜକୁ ଭବିଷ୍ୟଦ୍ରଷ୍ଟା ଭାବେ ମଧ୍ୟ ଚିତ୍ରଣ କରିଛନ୍ତି । ଏହାର ସତ୍ୟତା ସମ୍ପର୍କରେ ଆମେ କୌଣସି ପୃଷ୍ଟି କରୁ ନାହିଁ । ବିଭିନ୍ନ ୱେବସାଇଟରେ ପ୍ରକାଶିତ ଖବର ଅନୁସାରେ ଇନୋ ଆର୍ଲିକ ନାମକ ଜଣେ ବ୍ୟକ୍ତି ଏବେ ନିକଟରେ ଅଦ୍ଭୁତପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ୨୬୭୧ରୁ ଫେରିଛି । ୨୦୨୩ ପରେ କଣ କଣ ଘଟିବ ମୁଁ କହିପାରିବି । ତାଙ୍କର ଏହି କଥା ଅଧିକାଂଶ ହସରେ ଉଡାଇ ଦେଇଥିଲେ ମଧ୍ୟ କିଛି ଜଣ ବିଶ୍ୱାସ କରୁଛନ୍ତି । ସେ ତାଙ୍କ ଟିକଟିକ ଆକାଂଉଟରେ ଏ ସମ୍ପର୍କରେ ତଥ୍ୟ ଶେୟାର କରିଛନ୍ତି । ଆସନ୍ତୁ ଜାଣିବା ସେ କଣ କଣ ଭବିଷ୍ୟବାଣୀ କରିଛନ୍ତି ।

  • ମେ ୧୫ରେ ୨୨୮ ମିଟର ଉଚ୍ଚର ଏକ ସୁନାମୀ ଆମେରିକାର ପଶ୍ଚିମାଂଚଳରେ ମାଡ ହେବ । ସ୍ୟାନ ଫ୍ରାନସିସ୍କୋ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ । ହଜାର ହଜାର ଲୋକ ମୃତ୍ୟୁବରଣ କରିବେ ।
  • ମେ ୩୦ରେ ୧୫୦ରୁ ଅଧିକ ପରିଗ୍ରହୀ ଜୀବଙ୍କ ଯାନ ୟୁଏଫଓ ଦେଖାଯିବ । ଅନ୍ୟ ଗ୍ରହର ଏହି ୟୁଏଫଓ ପୃଥିବୀ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।
  • ୧୨ ଜୁନରେ କ୍ୟାଲିଫର୍ଣ୍ଣିଆର ସ୍ୟାନ ଆଣ୍ଡ୍ରିଆସରେ ବଡ ଧରଣର ଭୂମିକମ୍ପ ଆସିବ । ଯାହାର ତୀବ୍ରତା ୯.୫ ରହିବ । ଏହି ଭୂମିକମ୍ପରେ ୫ ମାଇଲ ଗଭୀର ଓ ୧ ମାଇଲ ଚୌଡାର ଗର୍ତ ସୃଷ୍ଟି ହେବ । ଏଥିଯୋଗୁ ଅନେକ ଦୁର୍ଲଭ ଓ ଭୟଙ୍କର ପ୍ରାଣୀ ସମ୍ମୁଖକୁ ଆସିବେ । ଏହା ମଧ୍ୟରେ ୭୫ ଫୁଟର ସାପ ମଧ୍ୟ ରହିବ ।
  • ୧୪ ଜୁନରେ ଟେଲିପାଥୀ ଓ ଟେଲିପୋର୍ଟେଶନ ସମେତ ସୂର୍ଯ୍ୟଙ୍କ ଉର୍ଜାରୁ ୧୨ଜଣ ଲୋକଙ୍କୁ ମହାଶକ୍ତି ମିଳିବ ।
  • ୧୮ ଜୁନରେ ଏକ ୱର୍ମହୋଲରେ ପ୍ରବେଶ କରିବା ପରେ ୭ଜଣ ବ୍ୟକ୍ତି ଆକାଶରୁ ଖସିବେ ।
    ଇନୋଙ୍କ କଥା ବିଜ୍ଞାନ ଏବଂ ବାସ୍ତବିକତାଠାରୁ ଦୂରରେ ଥିଲେ ମଧ୍ୟ କିଛି ଲୋକ ଏହାକୁ ବିଶ୍ୱାସ କରି ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.