ନୂଆଦିଲ୍ଲୀ: ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ଏବେ ମଣିଷ ମସ୍ତିଷ୍କରେ ଚାଲୁଥିବା ଚିନ୍ତାଧାରାକୁ ପଢ଼ିବାର ପ୍ରଯୁକ୍ତି ଉପରେ ଧ୍ୟାନ ଦେଇଛନ୍ତି। ସେ ମର୍ଜ ଲ୍ୟାବ୍ସ ନାମକ ଏକ ଷ୍ଟାର୍ଟଅପ୍କୁ ଅର୍ଥ ଯୋଗାଇଛନ୍ତି, ଯାହା ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ୍ (ବିସିଆଇ) ପ୍ରସ୍ତୁତ କରୁଛି। ଏହି ଯନ୍ତ୍ର ସାଉଣ୍ଡ ଓ୍ୱେଭ୍ସ ଓ ମ୍ୟାଗ୍ନେଟିକ୍ ଫିଲ୍ଡ୍ସର ସାହାଯ୍ୟରେ ମସ୍ତିଷ୍କରେ ଚାଲୁଥିବା ଚିନ୍ତାକୁ ଧରିପାରିବ। ସବୁଠାରୁ ବଡ଼ କଥା ହେଉଛି, ଏଥିପାଇଁ କୌଣସି ସର୍ଜରୀର ଆବଶ୍ୟକତା ନାହିଁ। ଏହା ଏଲନ୍ ମସ୍କଙ୍କ ନ୍ୟୁରାଲିଙ୍କ୍ଠାରୁ ଭିନ୍ନ, ଯାହାରେ ଇମ୍ପ୍ଲାଣ୍ଟ ପାଇଁ ସର୍ଜରୀ ଜରୁରୀ। ଏହି ପଦକ୍ଷେପ ଦ୍ୱାରା ଅଲ୍ଟମ୍ୟାନ୍ ପୁଣିଥରେ ମସ୍କଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।
ନ୍ୟୁରାଲିଙ୍କ୍ ସର୍ଜରୀ ମାଧ୍ୟମରେ ମସ୍ତିଷ୍କରେ ଇଲେକ୍ଟ୍ରୋଡ୍ସ ଇମ୍ପ୍ଲାଣ୍ଟ କରୁଛି, କିନ୍ତୁ ମର୍ଜ ଲ୍ୟାବ୍ସ ଅଲ୍ଟ୍ରାସାଉଣ୍ଡ ଓ ଜେନେଟିକ୍ ଇଞ୍ଜିନିୟରିଂର ସାହାଯ୍ୟ ନେଉଛି। ଅଲ୍ଟମ୍ୟାନ୍ ଏକ ବିଶେଷଜ୍ଞ ଟିମ୍ ଗଢ଼ୁଛନ୍ତି, ଯେଉଁଥିରେ ମିଖାଇଲ୍ ଶାପିରୋଙ୍କୁ ସାମିଲ୍ କରାଯାଇଛି। ଶାପିରୋ ନ୍ୟୁରଲ୍ ଇମେଜିଂ ଓ ଅଲ୍ଟ୍ରାସାଉଣ୍ଡ ଆଧାରିତ ବ୍ରେନ୍ ଇଣ୍ଟରଏକ୍ସନ୍ କ୍ଷେତ୍ରର ବିଶେଷଜ୍ଞ। ସେ ଏପର୍ଯ୍ୟନ୍ତ ଏଭଳି ଅଲ୍ଟ୍ରାସାଉଣ୍ଡ ଓ୍ୱେଭ୍ସ ବିକଶିତ କରିଛନ୍ତି, ଯାହା ସର୍ଜରୀ ବିନା ମସ୍ତିଷ୍କର କାର୍ଯ୍ୟକଳାପକୁ ଅଧ୍ୟୟନ ଓ ପ୍ରଭାବିତ କରିପାରେ।
ସର୍ଜରୀ ଇମ୍ପ୍ଲାଣ୍ଟର ସମାଲୋଚନା କରିଛନ୍ତି ଅଲ୍ଟମ୍ୟାନ୍ ଅଲ୍ଟମ୍ୟାନ୍ ନ୍ୟୁରାଲିଙ୍କ୍ର ସର୍ଜରୀ ପଦ୍ଧତିର ସମାଲୋଚନା କରିଛନ୍ତି। ଅଗଷ୍ଟରେ ସେ କହିଥିଲେ, “ମୁଁ ମୋ ମସ୍ତିଷ୍କରେ କିଛି ଇମ୍ପ୍ଲାଣ୍ଟ କରିବି ନାହିଁ”। ମଜାକିଆ ଢଙ୍ଗରେ ସେ କହିଥିଲେ ଯେ ଏହା ତାଙ୍କ ନ୍ୟୁରନ୍କୁ କ୍ଷତି କରିଦେବ। ମର୍ଜ ଲ୍ୟାବ୍ସର ଲକ୍ଷ୍ୟ କେବଳ ଚିନ୍ତାଧାରା ପଢ଼ିବା, ତାକୁ ପରିବର୍ତ୍ତନ କରିବା ନୁହେଁ। ଏହି ପ୍ରୋଜେକ୍ଟ ପାଇଁ କମ୍ପାନୀ ୨,୧୯୫ କୋଟି ଟଙ୍କା ସଂଗ୍ରହ କରୁଛି। ଅଲ୍ଟମ୍ୟାନ୍ଙ୍କୁ ଏହାର କୋ-ଫାଉଣ୍ଡର ଭାବେ ନିଯୁକ୍ତ କରାଯାଇପାରେ।
BREAKING NEWS
- ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କରିପାରିବ କି ପୋଲିସ, କ’ଣ କହୁଛି ଆଇନ?
- No More Fake Paneer: ବିକଳ୍ପ ଉତ୍ପାଦ ପାଇଁ ‘ପନୀର୍’ ଲେବଲ୍ ଉପରେ FSSAIର କଟକଣା
- Landslide In Kalinga Ghat:କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ;ଧସିଲା ନବନିର୍ମିତ ଗାର୍ଡ ୱାଲ୍ …ଏପଟେ ରାୟଗଡ଼ା ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସୁଛି
- Scrub Typhus Cases Rise:ସ୍କ୍ରବ୍ ଟାଇଫସ୍ ଆତଙ୍କ;ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା
- Bullet Train: ୩୨୦ କିମି ବେଗରେ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍, ଟ୍ରାକ୍ ବଦଳାଇଲେ ବି ଲାଗିବନି ଝଟକା! ଜାଣନ୍ତୁ କେମିତି ହେବ ଏହି ଟେକ୍ନୋଲୋଜି…
- Filmy Friday: ନାନୀଙ୍କ The Paradise ରିଲିଜ୍
- Snake Bite Mystery: ୪୫ ଦିନ ଧରି ଗୋଡାଇଲାଣି ସାପ! ଖୋଜି ଖୋଜି ୧୭ ବର୍ଷୀୟା ଅନୀତାଙ୍କୁ ବାରମ୍ବାର କାମୁଡ଼ୁଛି…ହେଲେ କାହିଁକି?
- ବିଧାନସଭାରେ କହିଲେ ମନ୍ତ୍ରୀ; ଚଳିତ ବର୍ଷ ବନ୍ୟାରେ ୭ ମୃତ, ୩୭ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ
- ପ୍ରବଳ ବର୍ଷା ପାଇଁ ଆହୁରି ବଢ଼ିପାରେ ସ୍କୁଲ ଛୁଟି: ଗଣଶିକ୍ଷା ମନ୍ତ୍ରୀ
- ତେଲେଙ୍ଗାନା ଛାତ୍ରୀଙ୍କ ମୃତ୍ୟୁ ମାମଲା: ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଅଧ୍ୟାପକ ରଚିଥିଲେ ଷଡ଼ଯନ୍ତ୍ର

Comments are closed.