Latest Odisha News

BREAKING NEWS

ହସ୍ପିଟାଲ୍ ରୁ ଡିସଚାର୍ଜ ପରେ ମା’ ପାଖକୁ ଯିବନି ବିଜୟିନୀ

ସମ୍ବଲପୁର: ଆଜି ହସ୍ପିଟାଲ୍ ରୁ ଡିସଚାର୍ଜ ହେବ ଶିଶୁକନ୍ୟା ‘ବିଜୟିନୀ’ । ସେଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ମେଡିକାଲ । ଏନେଇ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଡିସଚାର୍ଜ ପରେ ଶିଶୁଟି ମା ପାଖକୁ ଯିବନି । ତାକୁ ମେଡିକାଲରୁ ସିଧା ସଳଖ ଶିଶୁ ଗୃହକୁ ନିଆଯିବ । ଗତ ୧ ମାସ ଧରି ଭୀମସାରରେ ଚିକିତ୍ସାଧୀନ ରହିଥିଲା ଶିଶୁକନ୍ୟା ବିଜୟିନୀ ।

ଗତ ଡିସେମ୍ବର ୧୨ତାରିଖରେ ସମ୍ବଲପୁର ଲାରିପାଲି ନିକଟରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଉଦ୍ଧାର ହୋଇଥିଲା ଶିଶୁକନ୍ୟା ବିଜୟିନୀ । ଜନ୍ମର କିଛି ଘଣ୍ଟା ପରେ ଶିଶୁକନ୍ୟାଟିକୁ ବୋରୱେଲ ଭିତରେ ଫୋପାଡି ଚାଲିଯାଇଥିଲା ନିଷ୍ଠୁର ମା’ । ବୋରୱେଲ ଭିତରୁ ଶିଶୁଟିର କାନ୍ଦ ଶୁଣି କିଛି ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ଏନଡିଆରଏଫର ମିଳିତ ସହଯୋଗରେ ଦୀର୍ଘ ୬ଘଣ୍ଟାର ଅପରେଶନ୍ ପରେ ସେହି ବୋରୱେଲ୍ ଭିତରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ତାକୁ ଭିମସାରରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଶିଶୁଟିର ସ୍ଵାସ୍ଥ୍ୟବସ୍ଥା ଜଟିଳ ଥିବା ବେଳେ ମେଡିକାଲ୍ ଟିମର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଶିଶୁଟିର ସ୍ଵାସ୍ଥ୍ୟବସ୍ଥାରେ ସୁଦ୍ଧାର ଆସିଥିଲା ।

ଗତ କିଛି ଦିନ ତଳେ ଭିମସାର୍ ରେ ଶିଶୁକନ୍ୟାର ଏକୋଇସିଆ କରାଯାଇ ଶିଶୁକନ୍ୟାଟିର ନାଁ ରଖାଯାଇଥିଲା ବିଜୟିନୀ । ସେପଟେ ଦୀର୍ଘ ୨୧/୨୨ ଦିନ ପରେ ମିଳିଥିଲା ଶିଶୁର ମା’ଙ୍କ ପରିଚୟ । ନିଜକୁ ମାନସିକ ରୋଗୀ କହୁଥିବା ବେଳେ ମାନସିକ ରୋଗ କାରଣରୁ ଶିଶୁଟିକୁ ଫୋପାଡି ଦେଇଥିବା କହିଥିଲା ମା’ । କିନ୍ତୁ କଟକ ବଡ ମେଡିକାଲ୍ ର ଡାକ୍ତରଙ୍କ କହିବା ଅନୁସାରେ ମହିଳାଙ୍କ ମାନସିକ ସ୍ଥିତି ଭଲ ଥିଲା । ଏପରିସ୍ଥଳରେ ଶିଶୁଟିକୁ ପୁଣି ଥରେ ମା’ ପାଖକୁ ଛାଡିଦେଲେ ଶିଶୁର ଜୀବନ ପ୍ରତି ବିପଦ ଥିବା ସହ ଶିଶୁର ଭବିଷ୍ୟତ ଖରାପ ହୋଇଯିବା ଚିନ୍ତାରେ ଜିଲ୍ଲା ପ୍ରଶାସନ ଶିଶୁଟିକୁ ଶିଶୁ ଗୃହରେ ଛାଡିବାକୁ ନିଷ୍ପତ୍ତି ନେଇଛି ।

 

Leave A Reply

Your email address will not be published.