Latest Odisha News

BREAKING NEWS

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଡରେ ଲାଗିଛି ଆଘାତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି ।

ସାଂସଦ ଶ୍ରୀ ମାଝୀ ଗତକାଲି ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଘରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଶ୍ରୀ ମାଝିଙ୍କ କାର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଖାଲ ଭିତରକୁ ଖସିପଡିଥିଲା । ଗାଡିର ଆଗ ଭାଗଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସାଂସଦ, ତାଙ୍କ ଡ୍ରାଇଭର ଓ ପିଏସ୍‌ଓ ଆହତ ହୋଇଛନ୍ତି ।

ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି । ତେବେ ସେ ସୁସ୍ଥ ଥିବା କହିଛନ୍ତି ଶ୍ରୀ ମାଝୀ

 

Leave A Reply

Your email address will not be published.