Latest Odisha News

BREAKING NEWS

ପ୍ରୋମିଜ ଡେ’: ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପରସ୍ପର ସାଥୀ ହୋଇ ରହିବାକୁ ଦେବେ ପ୍ରତିଶ୍ରୁତି

ଭୁବନେଶ୍ବର: ପ୍ରେମ କେବେ ସମୟ କିମ୍ବା ତାରିଖ ଦେଖି ହୋଇ ନ ଥାଏ । କିଛି ନ କହି ମଧ୍ୟ ପ୍ରେମକୁ ପ୍ରକାଶ କରାଯାଇପାରେ । ପ୍ରେମ ତ୍ୟାଗ, ବିଶ୍ୱାସର ଏପରି ଏକ ବନ୍ଧନ ଯାହାକି କେବଳ ଅନୁଭବ କରିହେବ । ଏହି ପ୍ରେମକୁ ପାଳନ କରିବା ପାଇଁ ଗୋଟିଏ ଦିନ ଧର୍ଯ୍ୟ କରାଯାଇଛି । ଯାହାକୁ ଭ୍ୟାଲେନ୍‌ଟାଇନ୍ସ ଡେ’ କୁହାଯାଏ । ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ ଡେ’ ସପ୍ତାହ ।

ପ୍ରଥମେ ରୋଜ ଡେ’ ତାପରେ ପ୍ରପୋଜ ଏହାପରେ ଚକୋଲେଟ୍ ଓ ଟେଡି ଡେ’ ପରେ ଆଜି ହେଉଛି ପ୍ରୋମିଜ୍ ଡେ’ । ଆଉ ପ୍ରେମ ସପ୍ତାହର ପ୍ରତ୍ୟେକଟି ଦିନକୁ ସ୍ମରଣୀୟ କରିବାକୁ ଏହାକୁ ସେଲିବ୍ରେଟ କରୁଛନ୍ତି ଯୁବପିଢି । ଫେବୃଆରୀ ୧୧ ବା ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ଆଜିର ଦିନକୁ ପ୍ରମିସ ଡେ’ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମିକା ପ୍ରେମିକ ପରସ୍ପର ସହିତ ସବୁବେଳେ, ସବୁ ସମୟରେ ଓ ସବୁ ପରିସ୍ଥିତିରେ ଏକତ୍ର ରହିବା ପାଇଁ କଥା ଦେଇଥାନ୍ତି ।

କାରଣ ସମ୍ପର୍କ ସେତେବେଳେ ତିଷ୍ଠି ରହେ, ଯେତେବେଳେ ସେଥିରେ ବିଶ୍ୱାସ, ଭରସା ଆଉ ପରସ୍ପରକୁ ଦିଆଯାଇଥିବା ପ୍ରତଶ୍ରୁତିକୁ ପୂରଣ କରାଯାଏ । ସେଥିପାଇଁ ପ୍ରେମୀଯୁଗଳ ଏହି ଦିନଟିକୁ ଚାହିଁ ରହିଥାନ୍ତି, ଯେତେବେଳେ ସେମାନେ ନିଜନିଜ ପାର୍ଟନରଙ୍କଠାରୁ ପ୍ରେମକୁ ଆହୁରି ମଜଭୁତ କରିବାକୁ ପ୍ରତିଶ୍ରୁତି ନେବେ । ପାଖରେ ରୁହନ୍ତୁ କି ଦୂରରେ ପରସ୍ପର ପ୍ରତି ବିଶ୍ୱସ୍ତ ରହିବେ । ପରିସ୍ଥିତି ଯେମିତି ବି ହେଉ କେହି କାହାର ସାଥ୍ ନ ଛାଡିବାକୁ ନେବେ ନିର୍ଭର ପ୍ରତିଶୃତି ।

ଖାଲି ସେତିକି ନୁହେଁ, ପରସ୍ପର ଜୀବନର ଶେଷ ପର୍ଯ୍ୟନ୍ତ ସାଥୀ ହୋଇ ରହିବେ ବୋଲି ପ୍ରତିଶ୍ରୁତି ଦେବେ । ତେବେ ଏ ପ୍ରତିଶ୍ରୁତି ଦିବସ କେବଳ ଯୁବ ଗୋଷ୍ଠୀଙ୍କ ପାଳନ କରନ୍ତି ନାହିଁ। ସ୍ବାମୀ ସ୍ତ୍ରୀ, ସାଙ୍ଗ ସାଥୀ ସମସ୍ତେ ସାରା ଜୀବନ ନିଜ ସଂପର୍କକୁ ବଜାୟ ରଖିବା ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଅନ୍ତି। ସମ୍ପର୍କକୁ ମଜଭୁତ ଆଉ ଦୃଢ କରିବାର ଦିନ ହେଉଛି ଏହି ପ୍ରୋମିଜ୍ ଡେ’।

ତେବେ ଆଜି ରବିବାର ଥିବାରୁ ନୂଆ ପ୍ରେମରେ ପଡିଥିବା ପ୍ରେମୀଯୁଗଳମାନେ ନିରୋଳାରେ ଟିକିଏ ସମୟ ବିତାଇବା ପାଇଁ ଜାଗା ବାଛି ସାରିଲେଣି । କିଏ ଟିକିଏ ସମୁଦ୍ର କୂଳ ଆଡ଼େ ଯିବା ପାଇଁ ଯୋଜନା କରିଛନ୍ତି ତ କିଏ ସହର ଭିତରେ କିଛି ପସନ୍ଦର ସ୍ଥାନ ବାଛି ନେଇଛନ୍ତି । ରେସ୍ତୋରାଁ, ହୋଟେଲ, ପାର୍କ, ମଲ୍ ଏପରି ଅନେକ ସ୍ଥାନରେ ଆଜି ପ୍ରେମୀ ଯୁଗଳଙ୍କ ଭିଡ ଜମିବ ।

Leave A Reply

Your email address will not be published.