ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ । ଲାଞ୍ଚ ମାଗିବା ଅଭିୟୋଗରେ ବିଛାୟାଇଥିବା ଜାଲ ପରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ହେବ ପଡିରହିଥିବା ପୁରୁଣା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି । ଏହି ସମୟରେ କୋର୍ଟ ତଦନ୍ତ ପ୍ରକ୍ରିୟାରେ ସିବିଆଇର ଗୁରୁତର ତ୍ରୁଟି ଏବଂ ଅଧର୍ୟ୍ୟ ହେବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । କେରଳ ହାଇକୋର୍ଟଙ୍କ ମେ ୨୦୨୪ର ଆଦଶକୁ ଚାଲେଞ୍ଜ କରି ଦାୟର ହୋଇଥିବା ଆବେଦନ ଉପରେ ରାୟ ପ୍ରଦାନ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ସିବିଆଇର ଟ୍ରାପ୍ କରିବା ଠାରୁ ପୁରା ପ୍ରକ୍ରିୟା ସରିବା ୟାଏ ସମୟ ଦିଆୟାଇନଥିଲା । ଏବଂ ଉଦ୍ଧାର ହୋଇଥିବା ଲାଞ୍ଚ ଟଙ୍କା ତାଙ୍କଠାରୁ ହିଁ ଜବତ ହୋଇଥିଲା ବୋଲି ପ୍ରମାଣ କରିପାରିନଥିଲା ସିବିଆଇ । ଅଭିୟୋଗ ଅନୁସାରେ, ରେଳ ବିଭାଗର ଡିଭିଜନାଲ ସିକ୍ୟୁରିଟି କମିଶନର ଭାବେ କାମ କରୁଥିବା ସମୟରେ ଆବେଦନକାରୀ ପଦବୀର ଅପବ୍ୟବହାର କରିଥିଲେ । ସେ ବଦଳି, ନୟୁକ୍ତିି ଏବଂ ଚାକିରି ସମ୍ବନ୍ଧୀୟ ଅନ୍ୟାନ୍ୟ ସୁବିଧା ଚାହୁଁଥିବା ଆରପିଏଫ କର୍ମଚାରୀଙ୍କ ଠାରୁ ମିଡିଲ୍ ମ୍ୟାନ୍ ଭାବେ କାମ କରୁଥିବା ଅଧସ୍ତନ କର୍ମଚାରୀଙ୍କ ମାଧ୍ୟମରେ ବେଆଇନ ଅର୍ଥ ଦାବି କରିବା ସହ ଲାଞ୍ଚ ନେଇଥିଲେ । ତଦନ୍ତ ସ୍ୱରୂପ ଏକାଧିକ ଚୂଡାନ୍ତ ରିପୋର୍ଟ ଦାଖଲ ସହ ବେଆଇନ ଅର୍ଥ କାରବାର ନେଇ ଅନେକ ମାମଲା ରୁଜୁ ହୋଇଥିଲା । ବିଚାରପତି ଦୀପଙ୍କର ଦତ୍ତ, ଏନ୍ କୋଟିସ୍ୱର ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ସିବିଆଇର ଟ୍ରାପ୍ ଠାରୁ ନେଇ ପୁରା ରେଡ୍ ପ୍ରକ୍ରିୟାରେ ସନ୍ଦେହ ପ୍ରକାଶ କରିଛନ୍ତି । ଅଭିୟୋଗକାରୀ ସମ୍ଭବତଃ ୩ ଅଗଷ୍ଟ ୨୦୦୫ରେ ଆବେଦନକାରୀଙ୍କ ଦ୍ୱାରା ଲାଞ୍ଚ ଦାବି ସମ୍ପର୍କରେ ସିବିଆଇକୁ ସୂଚନା ଦେଇଥିଲେ । ଏବଂ ତଦନ୍ତକାରୀ ସଂସ୍ଥା ଠିକ୍ ପରଦିନ ହିଁ ଜାଲ ବିଛାଇବାକୁ ନିଷ୍ପତ୍ତି ନେଇଥିଲା । ୪ ଅଗଷ୍ଟରେ ଏଫଆଇଆର ରୁଜୁ କରି ଟ୍ରାପ୍ ପାଇଁ ୟୋଜନା ଆରମ୍ଭ କରିଥିଲା । ଜାଲ ବିଛାଇବା ଠାରୁ ନେଇ ପୁରା ରେଡ୍ ପ୍ରକ୍ରିୟା କାହିଁକି ଅଧାରେ ରହିଲା ତାକୁ ନେଇ ଖଣ୍ଡପୀଠ ସିବିଆଇ ଉପରେ ଖପ୍ପା ହୋଇଛନ୍ତି । ୟଦି ଟଙ୍କା ଶେଷରେ ଆବେଦନକାରୀଙ୍କ ପାଖକୁ ୟିବାର ଥିଲା ତେବେ ଲାଞ୍ଚ ନେଉଥିବା ବ୍ୟକ୍ତି ଓ ଦେଉଥିବା ବ୍ୟକ୍ତି ଦୁହିଁଙ୍କ ଉପରେ ସିବିଆଇ ନଜର ରଖିବାର ଥିଲା । ୟଦି ତଦନ୍ତକାରୀ ସଂସ୍ଥା ରେଡ୍ ପ୍ରକ୍ରିୟାକୁ ସମ୍ପୂଣ୍ଣ ର୍ କରିବାକୁ ଦେଇଥାନ୍ତା ତେବେ ମିଳିଥିବା ପ୍ରମାଣ ବାସ୍ତବରେ ଜବତ ହୋଇଥିବା ଟଙ୍କା ତୁଳନାରେ ଅପିଲକାରୀଙ୍କ ଦୋଷୀ ସାବ୍ୟସ୍ତ ହେବା ବିଷୟରେ ଅଧିକ ସ୍ପଷ୍ଟ ସୂଚନା ଦେଇପାରିଥାନ୍ତା । ଏହା ସିବିଆଇର ଏକ ଗୁରୁତର ତ୍ରୁଟି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନ ଅନୁସାରେ କେବଳ ଟଙ୍କା ହସ୍ତାନ୍ତର ହେବା ମାତ୍ରେ ଅପରାଧ ସୃଷ୍ଟି ହୁଏନି, ଅଭିୟୋଗକାରୀ ପକ୍ଷକୁ ଏହା ପ୍ରମାଣ କରିବାକୁ ପଡିବ ୟେ, ସରକାରୀ କର୍ମଚାରୀ ଜଣକ କୌଣସି ସରକାରୀ କାମ କରିବା କିମ୍ବା ନକରିବା କି ସୁଗମ କରିବା ପାଇଁ ଆଇନଗତ ପାରିଶ୍ରମିକ ବ୍ୟତୀତ ଅନ୍ୟ କୌଣସି ଲାଭ ଦାବି କରିବା କିମ୍ବା ନେଇଥିଲେ କି । ଉଭୟ ଆବେଦନକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ ଏହି ମାମଲା ଗୁଡିକରେ ସମସ୍ତ ଅଭିୟୋଗରୁ ମୁକ୍ତ କରିଛନ୍ତି ।
