Latest Odisha News

[ଭାଇରାଲ୍ ଭିଡିଓ] ମଣିଷ ପାଖେ ପଶୁ ପାଲଟିଲା ମଣିଷ !

ଅନୁଗୁଳ: ସମାଜରେ ପେଟ ପୋଷିବା ପାଇଁ ମୁଣ୍ଡ ବିକୁଛି ମଣିଷ । କେଉଁଠି ପାଠୁଆ ତ ପୁଣି କେଉଁଠି ଅପାଠୁଆ । ହେଲେ ତ୍ରୁଟିର ବିକଳ୍ପ କଣ ମାଡ । ଆଇନ୍‌ କାନୁନ୍‌କୁ ବାଦ୍ ଦେଲେ ମଣିଷ ହୋଇ ମଣିଷକୁ ଶାସ୍ତି ଦେବା କେତେଦୂର ଯୁକ୍ତିଯୁକ୍ତ । କିଛି ଏଭଳି ଘଟଣାକୁ ନେଇ ଏହି ଭିଡିଓଟି ଭାଇରାଲ୍ ହୋଇଛି ।

ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଭାଇରାଲ ହୋଇଛି ଏହି ଭିଡିଓ । ଭିଡିଓରେ ଦିନମଜୁରିଆ ବାବୁଲା ପ୍ରଧାନ ଉପରେ ବଳିଷ୍ଠ ବ୍ୟକ୍ତି ବୁଲା ବାରିକର ଜୁଲମ । କଥାରେ ନୁହେଁ କାମରେ ସାମାନ୍ୟ ତ୍ରୁଟି ପାଇଁ ନିର୍ଘାତ ମାଡ । ଶ୍ରମିକ ଜଣକ ହାତ ଯୋଡି ଯେତେ ନେହୁରା ହୋଇଥିଲେ ବି ମାଡ କିନ୍ତୁ ଥମିନଥିଲା । ମାଡକୁ ଡରି ଶ୍ରମିକ ବୁାବୁଲା ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ହେଲେ ଅବିବେକି ତଥା ନିର୍ଦ୍ଦୟୀ ବୁଲା ବାରିକ ତାକୁ ଘୋଷାରି ଆଣି ପୁନର୍ବାର ମାଡ ମାରିଥିଲା । ଏପରିକି ଜଣେ ମହିଳା ବି ଏହି ଘଟଣାକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ମହିଳାଙ୍କ ଉଦ୍ୟମ ଫେଲ ମାରିଥିଲା । ଶ୍ରମିକ ଉପରେ ମାଡର ତୀବ୍ରତା ବଢିବାରେ ଲାଗିଥିଲା ।

ଏହି ସମସ୍ତ ଘଟଣାକୁ ଅନ୍ୟ କିଛି ଶ୍ରମିକ ମୋବାଇଲରେ କଏଦ କରିଥିଲେ । ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି ନା ନାହିଁ, ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ହେଲେ ଜଣେ ଦିନମଜୁରିଆକୁ ଏଭଳି ମାଡ ମାରିବା କେତେଦୂର ଗ୍ରହଣୀୟ, ତାହା ଆପଣ ତର୍ଜମା କରନ୍ତୁ ।

Leave A Reply

Your email address will not be published.