Latest Odisha News

BREAKING NEWS

ବିକ୍ରମ ଗୋଖଲେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଗୁଜବ ପ୍ରଚାର ନକରିବାକୁ ଝିଅଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡର  ଜଣାଶୁଣା ଅଭିନେତା ବିକ୍ରମ ଗୋଖଲେ  ।  ତାଙ୍କର ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ଥିବାରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସ୍କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିକ୍ରମ ଗତ କିଛି ଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ତାଙ୍କ ଝିଅଙ୍କ କହିବାନୁସାରେ, ବିକ୍ରମଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି । ସେ ଲାଇଫ ସପୋର୍ଟ ସିଷ୍ଟମରେ ଅଛନ୍ତି । ଲୋକଙ୍କୁ ତାଙ୍କ ବାପାଙ୍କ ପାଇଁ ପ୍ରାର୍ଥନା କରିବା ସହ ଗୁଜବ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି । ଏଠି କହିରଖିବୁ, ବିକ୍ରମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି ଯାହା କି ପରିବାର ସଦସ୍ୟଙ୍କ ମନେବଳକୁ ଭାଙ୍ଗି ଦେଉଛି । ତେଣୁ ଏପରି ନ କରିବା ପାଇଁ ତାଙ୍କର ଝିଅ ଅନୁରୋଧ କରିଛନ୍ତି ।

ବିକ୍ରମ ଗୋଖଲେ ବଲିଓଡର ଜଣେ ପ୍ରସିଦ୍ଧ ଅଭିନେତା । ସେ ୨୬ବର୍ଷ ବୟସରେ ୧୯୭୧ ଫିଲ୍ମରୁ ତାଙ୍କର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ‘ହମ ଦିଲ ଦେ ଚୁକେ ସନମ’ ରୁ ବେଶ ପ୍ରଶଂସା ପାଇଥିଲେ । ମିଶନ ମଙ୍ଗଳ, ଭୁଲ ଭୁଲେୟା ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ।

Leave A Reply

Your email address will not be published.