ଭୁବନେଶ୍ବର:ନିଶାସକ୍ତ ଅବସ୍ଥାରେ ଅତି ଦ୍ରୁତ ଗତିରେ ସ୍କର୍ପିଓକୁ ଆଣି ଲେଡିଜ୍ ହେଷ୍ଟେଲ୍ ଭିତରେ ଭର୍ତ୍ତି କରିଦେଇଥିଲା ଯୁବକ। ଗତ ବୁଧବାର ବିଳମ୍ବିତ ରାତିରେ ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକ କଲେଜ ନିକଟରେ ଘଟିଥିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଟି ଗାଡି ମଧ୍ୟ ଭାଙ୍ଗିଯାଇଥିଲା । ପୋଲିସ ଡ୍ରାଇଭର ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ପଚରାଉଚରା ପରେ ସେ ନିଶାସକ୍ତ ଥିବା ମଧ୍ୟ ଜାଣିବାକୁ ମିଳିଥିଲା ।
ସୂଚନାଥାଉକି, ଏଥିରେ କାହାର କିଛି କ୍ଷତି ହୋଇନାହିଁ । ଦୁର୍ଘଟଣାରେ ଅନ୍ୟ ୩ ଟି ଗାଡି ଭାଙ୍ଗିଯାଇଛି। ସ୍କର୍ପିଓ ଗାଡ଼ିର ଆଗ ପଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ନୟାପଲ୍ଲୀ ଥାନା ପୋଲିସ ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।


Comments are closed.