Latest Odisha News

BREAKING NEWS

ଟ୍ରମ୍ପଙ୍କ ପାଇଁ ଅଭେଦ ସୁରକ୍ଷା ବ୍ୟବସ୍ଥା; ୭ ବିମାନ, ୧୦ହଜାର ଯବାନ, ୨୫ ଆଇପିଏସ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବୃଆରୀ ଭାରତ ଗସ୍ତରେ ଆସିବେ । ଟ୍ରମ୍ପ ୨୪ ଫେବୃଆରୀକୁ ସର୍ବପ୍ରଥମେ ଗୁଜରାଟର ଅହମଦାବାଦ ଆସିବେ । ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ହେବ । ଏହି ସମୟରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୃତି ପାଖାପାଖି ଶେଷ ହୋଇସାରିଲାଣି । ଟ୍ରମ୍ପଙ୍କ ପାଇଁ ଅଭେଦ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅହମଦାବାଦର ଡିସିପି ବିଜୟ ପଟେଲଙ୍କ କହିବାନୁସାରେ, ସୁରକ୍ଷା ପାଇଁ ୧୦ହଜାର ପୋଲିସକର୍ମୀ ନିୟୋଜିତ ହେବେ । ସୁରକ୍ଷାରେ ୨୫ଜଣ ଆଇପିଏସ ଅଧିକାରୀ, ୬୫ଜଣ ଏସିପି, ୨୨ଜଣ ପୋଲିସ ଇନ୍ସପେକ୍ଟର ଓ ୮୦୦ଜଣ ସବ୍‌-ଇନ୍ସପେକ୍ଟରଙ୍କ ସମେତ ୧୦ହଜାରରୁ ଅଧିକ ପୋଲିସକର୍ମୀ ନିୟୋଜିତ କରାଯିବ ।

ସୁରକ୍ଷା ପାଇଁ ଆମେରିକୀୟ ରାଷ୍ଟପତିଙ୍କ ଅଫିସିଆଲ ଜେଟ୍ ଏୟାରଫୋର୍ସ ୱନ ବ୍ୟତୀତ ଆହୁରି ୬ ବିମାନ ରହିବ । ସୂଚନା ମିଳିଛି କି, ଏଥିରେ ଭିନ୍ନ ଭିନ୍ନ ପ୍ରକାରର ହେଲିକପ୍ଟର, କାର ଓ କାର୍ଗୋ ମଧ୍ୟ ରହିବ ।

Leave A Reply

Your email address will not be published.