Latest Odisha News

BREAKING NEWS

ଆୟାତୋଲ୍ଲା ଖାମେନିଙ୍କ ଅନ୍ତିମ ସଂସ୍କାରରେ କାନ୍ଦିଲେ ଇରାନ ବୈଦେଶିକ ମନ୍ତ୍ରୀ

ତେହେରାନ: ଇରାନ ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ପାଇଁ ଏକ ସପ୍ତାହ ବ୍ୟାପୀ ଅନ୍ତିମ ସଂସ୍କାର ଆୟୋଜନ କରିଛି। ଜୁଲାଇ ୩ରେ  ସ୍ୱର୍ଗତ ଅଲି ଖାମେନିଙ୍କ ମର ଶରୀର ତେହେରାନର ଗ୍ରାଡ ମୋସାଲାରେ ସାଧାରଣ ଦର୍ଶନ ପାଇଁ ରଖାଯାଇଥିଲା। ଇରାନୀମାନେ ସେମାନଙ୍କ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଇରାନୀ ସଂସଦର ବାଚସ୍ପତି ମହମ୍ମଦ ବାକର ଗାଲିବାଫ ଏବଂ ଇରାନୀ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଖାମେନିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ କାନ୍ଦି ପକାଇଥିବା ଦେଖାଯାଇଥିଲା।

ଇରାନ ଗଣମାଧ୍ୟମ ଅନୁଯାୟୀ ବାଚସ୍ପତି, ଅଲି ଖାମେନିଙ୍କୁ ବିଦାୟ ଦେବା ସମୟରେ କାନ୍ଦି ପକାଇଥିଲେ। ଗାଲିବାଫ ପ୍ରାର୍ଥନା କରୁଥିବା ଏବଂ କାନ୍ଦିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ତାଙ୍କ ପାଖରେ ଠିଆ ହୋଇଥିବା ସମୟରେ ଇରାନୀ ବୈଦେଶିକ ମନ୍ତ୍ରୀ ଆରାଘଚି ଭାବପ୍ରବଣ ଦେଖାଯାଉଥିଲେ। ଆମେରିକା ସହିତ ଆଲୋଚନାରେ ଗାଲିବାଫ ଏବଂ ଆରାଘଚି ଇରାନର ପ୍ରମୁଖ ଆଲୋଚନାକାରୀ ଥିଲେ।

୩୭ ବର୍ଷ ଧରି ଇରାନକୁ ଶାସନ କରୁଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଆମେରିକା ଏବଂ ଇସ୍ରାଏଲୀ ବିମାନ ଆକ୍ରମଣରେ ପ୍ରାଣ ହରାଇଥିଲେ। ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରଥମ ଦିନରେ ପରିବାରର ଅନେକ ସଦସ୍ୟଙ୍କ ସହିତ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କର ୮ ବର୍ଷୀୟ ନାତୁଣୀର ମଧ୍ୟ ମୃତ୍ୟୁ ହୋଇଥିଲା। ତାଙ୍କ ମରଶରୀରକୁ ଶେଷ ବିଦାୟ ପାଇଁ ଗ୍ରାଣ୍ଡ ମୋସାଲ୍ଲାରେ ରଖାଯାଇଛି।

 

Comments are closed.