Latest Odisha News

BREAKING NEWS

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ, ପୁଅ ବିଜେଡିରେ ମିଶିବା ପରେ ନିଷ୍ପତ୍ତି

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସୁର ।

ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। । ପୁଅଙ୍କ ଏହି ବିରାଟ ଶୋଭାଯାତ୍ରାରେ ସୁର ସାମିଲ ହୋଇ ନ ଥିଲେ ସିନା ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ବାନ କରିଛନ୍ତି । ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ ମୁଁ ଆଉ ମୋ ସମର୍ଥକ ତାକୁ ଜିତାଇବୁ ବୋଲି ସେ କହିଛନ୍ତି ।

ସୁର କହିଛନ୍ତି, ମୋର ଜୀବନ ଥିବା ଯାଏଁ କଂଗ୍ରେସରେ ରହିବି ଏବଂ ଦଳ ଯାହା କାମ ଦେବ କରିବି । ମୁଁ ମୋ ପୁଅକୁ ସମର୍ଥନ କରିବି ହେଲେ ଏ କଂଗ୍ରେସ ଛାଡି କୁଆଡେ ଯିବି ନାହିଁ ବୋଲି କହିଛନ୍ତି ସୁର ।

Leave A Reply

Your email address will not be published.