Latest Odisha News

BREAKING NEWS

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, କାରରେ ବସିଥିବା ୫ ଜଣ ଆଖି ବୁଜିଲେ

କେନ୍ଦୁଝର: ସିରିଜ୍ ଦୁର୍ଘଟଣାରେ ଆଖିବୁଜିଲେ ୫ ଜଣ। ସଂଧ୍ୟା ବେଳେ କେନ୍ଦୁଝରରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ ୫ ଜଣଙ୍କୁ ନେଇ ବଡ଼ବିଲ ଅଭିମୁଖେ ଯାଉଥିଲା। ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ୍ ଠାରେ କାରଟି ଏକ ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା। ପରେ କାର ପଛରେ ଥିବା ଅନ୍ୟ ଏକ ଟ୍ରକ୍ କାରକୁ ଧକ୍କା ଦେବାଫଳରେ କାରରେ ଥିବା ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଶେଷ ଖବର ସୁଦ୍ଧା ମୃତକଙ୍କ ପରିଚୟ ମିଳି ପାରିନାହିଁ।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ପୋଲିସ ପହଁଚି ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରିବା ସହିତ ଭିଡ ନିୟନ୍ତ୍ରଣ କରିଛି। ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Leave A Reply

Your email address will not be published.