Latest Odisha News

BREAKING NEWS

ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ?

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ । ଏଥିରେ ଖିଲାଡୀ ଷ୍ଟାର ଅକ୍ଷୟଙ୍କ ସହ ମିଷ୍ଟର କୁଲ୍ ଧୋନୀ ଏକାଠି ଅନସ୍କ୍ରିନରେ ନଜର ଆସିବେ ! ଏ କଥା ଚିନ୍ତା କଲେ ନିଶ୍ଚିତ ଭାବେ ମନରେ ଶିହରଣ ଖେଳିଯାଏ । ଫିଲ୍ମରେ ଅଭିନୟ କରିଥିବା ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ ଗ୍ରୋଭରଙ୍କ ସହ ଧୋନୀଙ୍କର ଏକ ଫଟୋ କିନ୍ତୁ ଲୋକଙ୍କ ମନରେ କିଛି ଏପରି ଧାରଣା ସୃଷ୍ଟି କରିଛି ।

ଧୋନୀଙ୍କ ସହ ନିଜ ଫଟୋକୁ ଗୁଲଶନ ଗ୍ରୋଭର ସେୟାର କରିବା ସହ କ୍ୟାପ୍ସନ କିଛି ଏପରି ଲେଖିଛନ୍ତି, “ର୍ଯ୍ୟବଂଶୀ ସେଟ୍‌ରେ ଧୋନୀଙ୍କ ସହ । ସେ ଫିଲ୍ମରେ ଅଭିନୟ କରିଛନ୍ତି ନା ଏହି ଷ୍ଟୁଡିଓରେ ସେ ଅନ୍ୟ କିଛି ସୁଟିଂରେ ସାମିଲ ଅଛନ୍ତି ?” ଏହି ଫଟୋକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହୋଇଛି । ହେଲେ ସବୁକିଛି ନିଜ ଅନ୍ଦାଜରେ କରୁଥିବା ଧୋନୀଙ୍କ ପକ୍ଷରେ ବଡ ପରଦାରେ ଦର୍ଶକଙ୍କ ସାମ୍ନାକୁ ଆସିବା କିଛି ଅସମ୍ଭବ ନୁହେଁ ।

କରୋନା ମହାମାରୀ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଫିଲ୍ମ ସୂର୍ଯ୍ୟବଂଶୀ ଆସନ୍ତା ନଭେମ୍ବର ମାସ ୫ ତାରିଖରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅକ୍ଷୟ କୁମାରଙ୍କ ସହ ଅଜୟ ଦେବଗନ, ରଣବୀର ସିଂ ଓ କ୍ୟାଟ୍ରିନା କୈଫ ମଧ୍ୟ ନଜର ଆସିବେ ।

Leave A Reply

Your email address will not be published.