Latest Odisha News

BREAKING NEWS

ଟି୨୦ କ୍ରିକେଟରେ ସର୍ବାଧିକ ୱିକେଟ ନେଇ ବିଶ୍ୱ ରେକର୍ଡର ଅଧିକାରୀ ହେଲେ ଶକିବ

ନୂଆଦିଲ୍ଲୀ: ବାଂଲାଦେଶ ଓ ଆୟର୍ଲାଣ୍ଡ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶକିବ ଉଲ ହାସନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସେ ଏହି ସିରିଜରେ ଆନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ୱିକେଟ ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୩ ଓଭରରେ ୫ଟି ୱିକେଟ ହାସଲ କରଥିଲେ । ଶକିବ ନ୍ୟୁଜିଲାଣ୍ଡର ଟିମ ସୌଦିଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସୌଦି ୧୩୪ ୱିକେଟ ଅକ୍ତିଆର କରିଥିବା ବେଳେ ଶକିବଙ୍କ ୱିକେଟ ସଂଖ୍ୟା ୧୩୬ରେ ପଂହଚିଛି । ଶକିବ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ରେ ୨୪ ବଲରେ ୩୮ ରନ ଓ ୫ଟି ୱିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ବାଂଲାଦେଶ ୭୭ ରନ ବ୍ୟବଧାନରେ ଏହାକୁ ଜିତିବା ସହ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତି ନେଇଛି । କିଛି ଦିନ ହେବ ପଡିଆ ଏବଂ ପଡିଆ ବାହାରେ ଶକିବ ଅନେକଗୁଡିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ଯାହାକୁ ନେଇ କ୍ରିକେଟ ସମୀକ୍ଷକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଏବେ ଫର୍ମକୁ ଫେରିଥିବାରୁ ପ୍ରଭାବୀ ପ୍ରଦର୍ଶନ ବଜାୟ ରଖିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.