Latest Odisha News

BREAKING NEWS

ସାଂସଦ ହେଲେ ବାଂଲାଦେଶ କ୍ରିକେଟର ଶକିବ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମ ଅଧିନାୟକ ଶକିବ ଉଲ ହାସନ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେ ମଗୁରାର ପଶ୍ଚିମ ସହରରେ ଶେଖ ହସିନାଙ୍କ ଅବାମୀ ଲିଗ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି । ତେବେ ନିର୍ବାଚନ ସମୟରେ ଜଣେ ପ୍ରଶଂସକଙ୍କୁ ଚାପୁଡା ମାରି ସେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ନିକଟରେ ଶେଷ ହୋଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ଶକିବ ତାଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନ ଥିଲେ । ତାଙ୍କ ନେତୃତ୍ୱରେ ବାଂଲାଦେଶ ୮ମ ସ୍ଥାନରେ ରହି ଗ୍ରୁପ ଷ୍ଟେଜରୁ ବିଦାୟ ନେଇଥିଲା ।

ଶକିବ ୭ଟି ମ୍ୟାଚରୁ ୧୮୬ ରନ କରିଥିଲେ । ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା । ଶେଖ ହସୀନାଙ୍କ ସହ ଆଲୋଚନା କରିବା ପରେ ସେ ତାଙ୍କ ପାର୍ଟିରେ ଯୋଗ ଦେବା ପାଇଁ ନିଷ୍ପତି ନେଇଥିଲା । ସୁଚନାଯୋଗ୍ୟ, ଆନ୍ତର୍ଜାତୀୟ କ୍ରିକେଟରେ ସେ ଜଣେ ଭଲ ଅଲରାଉଣ୍ଡର ହେବା ସତ୍ୱେ ପ୍ରଦର୍ଶନ ଅପେକ୍ଷା ସର୍ବଦା ବିବାଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

Leave A Reply

Your email address will not be published.