Latest Odisha News

BREAKING NEWS

ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନୂତନ ଗଭର୍ଣ୍ଣର ଭାବେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଡିଆ ପୁଅ ଶକ୍ତିକାନ୍ତ ଦାସ ।

ରିର୍ଜଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ଅଚାନକ ଇସ୍ତଫା ଦେବା ପରେ କେନ୍ଦ୍ର ସରକାର ଶକ୍ତିକାନ୍ତଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଥିଲେ ।

୧୯୮୦ ମସିହା ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସ ୨୦୧୬ ମସିହାରେ ଲାଗୁ ହୋଇଥିବା ବିମୁଦ୍ରାକରଣ ଏବଂ ଜିଏସଟି ସମୟରେ ମଧ୍ୟ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ସେ ୨୦୧୫ ରୁ ୨୦୧୭ ମଧ୍ୟରେ ଅର୍ଥ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଏଥିସହିତ ୩ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବା ନେଇ ଜଣାପଡିଛି ।

ନୂଆଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି ଶକ୍ତିକାନ୍ତ ଦାସ । ଆହୁରି ମଧ୍ୟ ସେ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀରେ ପ୍ରତିନିଧିତ୍ୱ କରିସାରିଛନ୍ତି ।

ଏଥିସହିତ ୨୦୧୪ ମସିହାରେ ତାଙ୍କୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ରାଜସ୍ୱ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶକ୍ତିକାନ୍ତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଉର୍ଜିତ୍ ପଟେଲ ନିଜ କାର‌୍ୟ୍ୟକାଳ ସରିବାର ୯ ମାସ ପୂର୍ବରୁ ନିଜ ପଦରୁ ଆରବିଆଇ ଗଭର୍ଣ୍ଣର ଇସ୍ତଫା ଦେଇଛନ୍ତି । ତେବେ ଉର୍ଜିତଙ୍କ କାର‌୍ୟ୍ୟକାଳ ୨୦୧୯ରେ ସମାପ୍ତ ହୋଇଥାଆନ୍ତା ।

Leave A Reply

Your email address will not be published.