Latest Odisha News

BREAKING NEWS

ଲଜ୍ଜା ! ବାଲେଶ୍ୱରରେ ୬୫ ବର୍ଷିୟା ବୃଦ୍ଧା ଦୁଷ୍କର୍ମର ଶୀକାର

ବାଲେଶ୍ୱର: ବାଲେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟିକରିଛି । ବାଲେଶ୍ୱର ଜିଲ୍ଲା ସୋରୋ ପୌରାଞ୍ଜଳରେ ଜନୈକା ୬୫ ବର୍ଷିୟା ବିଧବା ମହିଳାଙ୍କୁ ଜଣେ କାମୁକ ଯୁବକ ଦୁଷ୍କର୍ମ କରିଥିବା ମଙ୍ଗଳବାର ଦିନ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ବିଧବା ବୃଦ୍ଧା ଜଣକ ରାତିରେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ କବାଟ ଭାଙ୍ଗି ମାରଣାସ୍ତ୍ର ଦେଖାଇ ଦୁଷ୍କର୍ମ କରିଥିଲା ।

ଏହି ଘଟଣାପରେ ବୃଦ୍ଧା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ଥାନାରେ ଏହି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି । ମହିଳାଙ୍କୁ ଡ଼ାକ୍ତରୀ ମାଇନା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଛି ।

Leave A Reply

Your email address will not be published.