Latest Odisha News

BREAKING NEWS

ଟିମ ଇଣ୍ଡିଆ ଜର୍ସି ପିନ୍ଧି ଷ୍ଟାଡିୟମରେ ପାକିସ୍ତାନକୁ ସମର୍ଥନ କଲେ ଭାରତୀୟ ପ୍ରଶଂସକ

ଲଣ୍ଡନ : ଲଣ୍ଡନରେ ଚାଲିଛି ଆଇସିସି ବିଶ୍ୱକପ । ରବିବାର ଏହାର ଲଡର୍ସ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରେ ଦେଖିବାକୁ ମିଳିଥିଲା କଡା ମୁକାବିଲା । ଏହି ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪୯ରନରେ ପରାସ୍ତ କରିଛି । ଭାରତଠୁ ଶୋଚନୀୟ ଭାବେ ହାରିବା ପରେ ପାକିସ୍ତାନକୁ ବହୁ ସମାଲୋଚନାର ଶିକାର ହେବା ପାଇଁ ପଡିଥିଲା । ତେବେ ରବିବାର ମ୍ୟାଚ ଜିତି ପାକିସ୍ତାନ ପୁଣିଥରେ ପ୍ରତିଯୋଗୀତାକୁ ଫେରିଥିବା କୁହାଯାଉଛି ।

ତେବେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାର ଏହି ମ୍ୟାଚରେ ନଜରକୁ ଆସିଥିଲା ଏକ ନିଆରା ଦୃଶ୍ୟ । ଜଣେ ଭାରତୀୟ ଷ୍ଟାଡିୟମରେ ଉପସ୍ଥିତ ରହି ପାକିସ୍ଥାନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।

ତେବେ ସମର୍ଥକ ଜଣକ ଭାରତୀୟ ଜର୍ସି ପିନ୍ଧି ଦୁଇ ପାକିସ୍ଥାନ ଫ୍ୟାନଙ୍କ ସହ କମଅନ ‘ପାକିସ୍ତାନ’ ଲେଖାଥିବା ଏକ କାର୍ଡ ଧରିଥିବାର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.