Latest Odisha News

ଶିଳ୍ପା କହିଲେ ବର୍ତ୍ତୁଳାସନର ଫାଇଦା କେତେ…

ମୁମ୍ବାଇ: ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଟ୍ଟୀ। ୫୦ ପାଖାପାଖି ବୟସରେ ବି ସେ ଯେମିତି ଦିଶନ୍ତି, ତାହା ପଛରେ ରହିଛି କଠିନ ପରିଶ୍ରମ ଓ ଯୋଗ। ନିକଟରେ ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବର୍ତ୍ତୁଳାସନ (Vartulasan) ର ଚମତ୍କାରୀ ଫାଇଦା ବିଷୟରେ କହିଛନ୍ତି।

ତେବେ କ’ଣ ଏହି ‘ବର୍ତ୍ତୁଳାସନ’ ? ଶିଳ୍ପାଙ୍କ କହିବା ଅନୁଯାୟୀ, ବର୍ତ୍ତୁଳାସନରେ ଶରୀର ଏକ ଗୋଲାକାର ଅବସ୍ଥାକୁ ଆସିଥାଏ। ଏହା ଶରୀରକୁ ଅନେକ ଉପାୟରେ ଲାଭ ଦେଇଥାଏ: ଏହା ଶରୀରକୁ ରବର ପରି ଫ୍ଲେକ୍ସିବଲ୍ କରିଥାଏ। ଏହି ଆସନ କଲେ ମେରୁଦଣ୍ଡ ଶକ୍ତ ହୁଏ। ଯଦି ଆପଣଙ୍କର ପେଟ ସମସ୍ୟା ରହିଛି ତେବେ ଏହି ଆସନ ଆପଣଙ୍କ ପାଇଁ ବରଦାନ। ଥାଇରଏଡ୍ ଓ ମେଟାବୋଲିଜିମ୍ ପାଇଁ ଏହା ରାମବାଣ ।

ଏହି ଆସନ କେବଳ ଦେଖିବାକୁ ସୁନ୍ଦର ନୁହେଁ ବରଂ ଏହା ଶରୀରର ଭିତର ଅଙ୍ଗ ଉପରେ ବି କାମ କରେ। ଶିଳ୍ପା କୁହନ୍ତି: ଏହି ଆସନ ଥାଇରଏଡ୍ ଗ୍ରନ୍ଥିକୁ ସକ୍ରିୟ କରିବାରେ ସାହାଯ୍ୟ କରେ ଯାହାଦ୍ୱାରା ଶରୀରର ମେଟାବୋଲିଜିମ୍ ବଢିଥାଏ। ଏହାସହ ରକ୍ତ ସଞ୍ଚାଳନ ମଧ୍ୟ ଦ୍ରୁତ ହୁଏ। ଆୟୁର୍ବେଦ ଅନୁଯାୟୀ ଏହା ଶରୀରର ବାତ, ପିତ୍ତ ଏବଂ କଫ ମଧ୍ୟରେ ସନ୍ତୁଳନ ରକ୍ଷା କରେ।

ତେବେ ଶିଳ୍ପା ସମସ୍ତଙ୍କୁ ଏକ ସତର୍କବାଣୀ ମଧ୍ୟ ଦେଇଛନ୍ତି। ଯଦି ଆପଣଙ୍କୁ: ପିଠି ଯନ୍ତ୍ରଣା (Back Pain), ସ୍ଲିପ୍ ଡିସ୍କ (Slip Disc), ସର୍ଭାଇକଲ୍ ସ୍ପଣ୍ଡିଲୋସିସ୍ କିମ୍ବା ହାର୍ନିଆ, ଅଛି, ତେବେ ଏହି ଆସନରୁ ଦୂରେଇ ରୁହନ୍ତୁ। ସବୁବେଳେ ଜଣେ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ହିଁ ଯୋଗ କରନ୍ତୁ।

 

Leave A Reply

Your email address will not be published.