Latest Odisha News

BREAKING NEWS

ସ୍କୁଲରେ ୨୦୦ ପିଲାଙ୍କୁ ଜଣେ ଶିକ୍ଷକ;ଆବଶ୍ୟକୀୟ ନିଯୁକ୍ତି ଦାବିରେ ଅଭିଭାବକଙ୍କ ଧାରଣା

ଭୋଗରଇ:ବାଲେଶ୍ୱର ଜିଲ୍ଲା ଭୋଗରାଇ ରଣସିଂହପୁର ଆଶ୍ରମ ସ୍କୁଲରେ ଅଭାବନୀୟ ଚିତ୍ର । ସ୍କୁଲରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ । ତେବେ ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ହୋଇନାହିଁ । ଅଭିଭାବକମାନେ ଶିକ୍ଷା ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ।

ସ୍କୁଲରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ରହିଥିବା ଅଭିଯୋଗ ହୋଇଛି। ଏହି ସମସ୍ଯାର ସମାଧାନ ନହେବାରୁ ଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି।

ତୁରନ୍ତ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନହେଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.