Latest Odisha News

BREAKING NEWS

ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଫତାବ

ରାତିରେ ଫ୍ରିଜରୁ କଟା ଶବକୁ ନେଇ ଜଙ୍ଗଲରେ ଫୋପାଡୁଥିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପ୍ରଥମେ ପ୍ରେମ କରି ପରେ ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି  ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ ଫୋପାଡିବା ଘଟଣା ଏବେ ସାରା ଦେଶରେ ଆଲୋଚନା ହେଉଛି । ନିଜ ପିତାମାତା, ପରିବାର ଲୋକଙ୍କୁ ପର ଭାବି ଯାହାକୁ ଶ୍ରଦ୍ଧା ନିଜର ଭାବି ଘର ଛାଡିଥିଲେ ସେହି ପ୍ରେମିକ ତାଙ୍କୁ ୩୫ ଖଣ୍ଡ କରି କାଟି ଫ୍ରିଜରେ ରଖିବ ଏହାକୁ ନେଇ ସୋସିଆଲ ମିଡିଆରେ ନିନ୍ଦା କରାଯାଉଛି ।

BjdElectrycity

ମହାରାଷ୍ଟ୍ରର ଶ୍ରଦ୍ଧା ୱାକର ନାମକ ଜଣେ ଦଲିତ ଝିଅଙ୍କୁ କାର୍ଯ୍ୟକ୍ଷେତ୍ରରେ ଆଫତାବ ପ୍ରେମ ଜାଲରେ ଫସାଇବା ପରେ ଲିଭ ଇନରେ ରହୁଥିଲା । ତେବେ ବିବାହ କରିବାକୁ ଶ୍ରଦ୍ଧା କହିବାକୁ ଅଫତାବ ମାନୁନଥିଲା । ପରେ ଏନେଇ ଯୁକ୍ତିତର୍କ ହେବାରୁ ଶ୍ରଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କରି  ତାଙ୍କୁ ହତ୍ୟା କରିଥିଲା । ଖାଲି ହତ୍ୟା କରିନଥିଲା ଶବକୁ 35 ଖଣ୍ଟ କାଟି ଫ୍ରିଜରେ ରଖିଥିଲା । ଏହି ଘଟଣାକୁ ନେଇ ମହିଳା କମିଶନ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଛନ୍ତି ।

ଆଫତାବ  ପ୍ରେମିକା ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡରେ କାଟି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ଗିରଫ ପରେ ପ୍ରକାଶ କରିଛି । ତଦନ୍ତ କୁ ବିଭ୍ରାଟ କରିବା ପାଇଁ ଅଫତାବ ବଜାରରୁ ୩୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଫ୍ରିଜ କିଣିଥିଲା। ଏହା ସହିତ ଆଫ୍ଟାବ ମୃତ ଦେହରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିବା ପାଇଁ ଘରେ  ଧୂପକାଠି ବ୍ୟବହାର କରୁଥିଲା ମୃତଦେହକୁ ମେହେରାଲୀ ଜଙ୍ଗଲରେ ନେଇ ଫୋପାଡି ଦେଉଥିଲା ଅଫତାବ  ।

ଏପରିକି ଜୋମାଟୋରୁ ଖାଦ୍ୟ ଅର୍ଡର କରି ସେ ସେହି କୋଠରୀରେ ଖାଇ ଆରାମରେ ଶୋଉଥିଲା । ପ୍ରଥମେ ପୋଲିସ ଆଗରେ ହତ୍ୟା ନେଇ ମାନିନଥିଲେ ମଧ୍ୟ ପରେ  ପୋଲିସର ପଚରାଉଚରା ବେଳେ ଆଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲା ।

 ଶ୍ରଦ୍ଧାଙ୍କ ପରିବାର ସଦସ୍ୟ ଅଫତାବ ସହ ଥିବା ସମ୍ପର୍କକୁ ବିରୋଧ କରିବାରୁ ଅଫତାବ ଶ୍ରଦ୍ଧାଙ୍କୁ ଦିଲ୍ଲୀର ଏକ ଆପାର୍ଟମେଂଟରେ ଆଣି ରଖିଥିଲା । ଆଫ୍ଟାବଙ୍କ ସହ ଦିଲ୍ଲୀରେ ରହିବା ସମୟରେ ସେ ନିଜ ପିଲାଦିନର ବନ୍ଧୁ ଲକ୍ଷ୍ମଣଙ୍କ ସହ ସବୁକିଛି ବାଣ୍ଟିଥିଲେ ।

 ଶ୍ରଦ୍ଧାଙ୍କର ଜଣେ ବନ୍ଧୁ ତାଙ୍କ ସହ ପ୍ରାୟ ୨ ମାସ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ନକରିପାରିବାରୁ ପ୍ରଥମେ ଏନେଇ ସନ୍ଦେହ କରିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଶ୍ରଦ୍ଧାଙ୍କ ସାଙ୍ଗ ଲକ୍ଷ୍ମଣ ନାଦର କହିଛନ୍ତି, ଶ୍ରଦ୍ଧା ଏବଂ ଅଫତାବଙ୍କ ମଧ୍ୟରେ ଅନେକ ଥର କଳହ ‌ହୋଇଛି। ଶ୍ରଦ୍ଧା ଥରେ ତାଙ୍କ ସହ ହ୍ବାଟ୍ସଆପ୍‌ରେ ଯୋଗାଯୋଗ କରି ଏସ୍‌ଓଏସ୍‌ ବାର୍ତ୍ତା ପଠାଇଥିଲେ। ତାଙ୍କୁ ଉଦ୍ଧାର କରିବାପାଇଁ କହିଥିଲେ। ଶ୍ରଦ୍ଧା କହିଥିଲେ ଯଦି ସେ ଅଫତାବ ସହ ଆଜି ରାତିରେ ରହିବେ ତେବେ ସେ ତାଙ୍କୁ ମାରି‌ଦେବ। ଏହାପରେ ନାଦର ଏବଂ ତାଙ୍କ ଅନ୍ୟ ସାଙ୍ଗମାନେ ଶ୍ରଦ୍ଧାଙ୍କ ଘରକୁ ‌ଯାଇଥିଲେ।

ସେମାନେ ଅଫତାବର ବ୍ୟବହାର ପାଇଁ ତାକୁ ଚେତାବନୀ ଦେଇଥିଲେ। ପୁଲିସରେ ଜଣାଇବେ ବୋଲି ଧମକ ‌ମଧ୍ୟ ଦେଇଥିଲେ। କିନ୍ତୁ ଅଫତାବ ସେତେବେଳେ ମିଛ ଅଭିନୟ କରିଥିଲା । ଅଫତାବର ଶ୍ରଦ୍ଧାଙ୍କ ପ୍ରତି ଭଲପାଇବା ଦେଖି ସେମାନେ ଚୁପ୍‌ ରହିଥିଲେ। ନାଦର କହିଛନ୍ତି, ଶ୍ରଦ୍ଧା ତାଙ୍କ ସହ ୨ ମାସ ପର୍ଯ୍ୟନ୍ତ ଯୋଗାଯୋଗ ନକରିବାରୁ ସେ ଚିନ୍ତାରେ ପଡ଼ିଗଲେ। ପ୍ରଥମେ ସେ ଅନ୍ୟ ସାଙ୍ଗମାନଙ୍କୁ ଶ୍ରଦ୍ଧାଙ୍କ କଥା ପଚାରି ବୁଝିଥିଲେ। କିନ୍ତୁ କୌଣସି ଉତ୍ତର ନମିଳିବାରୁ ଶେଷରେ ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଏକଥା ଜଣାଇଲେ। ଏହାପରେ ଶ୍ରଦ୍ଧାଙ୍କ ବାପା ମୁମ୍ବାଇ ପୁଲିସରେ ଏତଲା ରୁଜୁ କରିଥିଲେ।

ପୋଲିସ ତଦନ୍ତ ପରେ ଜାଣିବାକୁ ପାଇଥିଲା କି ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି । ଶ୍ରଦ୍ଧା ଦିଲ୍ଲୀ ଆସିବା ପୂର୍ବରୁ ଏକ କଲ ସେଂଟରରେ କାମ କରୁଥିଲେ । ଏହି ସମୟରେ ତାଙ୍କ ସହ ଅଫତାବର ପରିଚୟ ହୋଇଥିଲା । ପରିଚୟ ପରେ ଅଫତାବ ତାଙ୍କୁ ପ୍ରେମଜାଲରେ ଫସାଇ ଦିଲ୍ଲୀ ଆଣି ଆସିଥିଲା । ମେ 8ରେ ସେମାନେ ଦିଲ୍ଲୀରେ ପହଁଚିଥିଲେ । ଆଉ ମେ 18ରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ । ତେବେ ଘର ସହ ସଂପର୍କ କାଟିଥିଲେ ମଧ୍ୟ ଶ୍ରଦ୍ଧା ନିଜର ବନ୍ଧୁ ଲକ୍ଷ୍ମଣଙ୍କୁ ସବୁ କଥା ଜଣାଉଥିଲେ । ତାଙ୍କୁ ଅଫତାବ ମାରଧର କରୁଥିବା କହିଥିଲେ ଶ୍ରଦ୍ଧା । ଏପରିକି ତାଙ୍କୁ ଜୀବନରୁ ମାରିଦେବେ ବୋଲି ମେସେଜ ପଠାଇଥିଲେ ଶ୍ରଦ୍ଧା । ତେବେ ଅଗଷ୍ଟ ମାସରୁ ଶ୍ରଦ୍ଧାଙ୍କ ସହ ତାଙ୍କର ସଂପର୍କ ତୁଟି ଯାଇଥିଲା ପରେ ଏନେଇ ସେ ଶ୍ରଦ୍ଧାଙ୍କ ଅନ୍ୟ ବନ୍ଧୁମାନଙ୍କୁ ଜଣାଇଥିଲେ । ସମସ୍ତେ ଶ୍ରଦ୍ଧାଙ୍କ ଖୋଜ ଖବର ନଥିବା କହିବା ପରେ  ଶ୍ରଦ୍ଧାଙ୍କ ଭାଇଙ୍କୁ ଏହି କଥା ଜଣାଇଥିଲେ ବନ୍ଧମାନେ । ପରେ ଶ୍ରଦ୍ଧାଙ୍କ ପରିବାର ପୋଲିସରେ ଏତେଲା ଦେଇଥିଲେ ।

 

Leave A Reply

Your email address will not be published.