Latest Odisha News

BREAKING NEWS

ଓପିଜିସି ପାୱାର ପ୍ଲାଣ୍ଟରେ ଦୁର୍ଘଟଣା; ୬ ଆହତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଥିବା ଓଡିଶା ପାୱାର ଜେନେରେସନ୍ କର୍ପୋରେସନ (ଓପିଜିସି) ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଯୋଗୁଁ ୬ ଜଣ କର୍ମୀ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ଏହାର ୩ ନଂ ୟୁନିଟରେ ଆସ୍ ହ୍ୟାଣ୍ଡେଲିଂ ପ୍ଲାଣ୍ଟର ହପର ଖସି ପଡିବାରୁ ତଳେ କାମ କରୁଥିବା ଶ୍ରମିକ ମାନଙ୍କ ଉପରେ ତତଲା ପାଉଁଶ ପଡିଥିଲା । ଯାହା ଫଳରେ ସେମାନେ ଆହତ ହୋଇଥିଲେ ।

ପରେ ସେମାନଙ୍କୁ ତୁରନ୍ତ ପ୍ଲାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

 

Leave A Reply

Your email address will not be published.