Latest Odisha News

BREAKING NEWS

ପଞ୍ଚମହାଭୂତରେ ବିଲୀନ ହେଲେ ବଲିଉଡର ଶାନ୍ତଶିଷ୍ଟ ହିରୋ ସୁଶାନ୍ତ…

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ମୁମ୍ବାଇର ବିଲ୍ଲୋପାଲ୍ ସେବା ସମାଜ ଶ୍ମଶାନ ଘାଟରେ ହୋଇଛି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରବଳ ବର୍ଷା ସତ୍ତ୍ୱେ ଶ୍ମଶାନଘାଟରେ ସୁଶାନ୍ତଙ୍କ ପରିବାର ସ୍ୱଜନଙ୍କ ସମେତ ତାଙ୍କର ଅନେକ ଫ୍ୟାନ ତଥା ବଲିଉଡର ଅନେକ କଳାକାର ଉପସ୍ଥିତ ରହିଥିଲେ ।

ଏଠାରେ ସୂଚନାଯୋଗ୍ୟ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତକାଲି ଆତ୍ମହତ୍ୟା କରିଥିବାର ଖବର ପ୍ରକାଶ ପାଇବା ପରେ ସମଗ୍ର ବଲିଉଡ୍ ସ୍ତବ୍ଧ ହୋଇଯାଇଥିଲା । ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତଙ୍କ ପରି ଜଣେ ସଫଳ ଅଭିନେତାଙ୍କ ଅକାଳ ବିୟୋଗକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ ।

ଇତିମଧ୍ୟରେ ମୁମ୍ବାଇ ପୋଲିସ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାପାଶ କରିବାକୁ ଛାନ୍‌ଭିନ୍ ଆରମ୍ଭ କରିଦେଇଛି । ପୋଲିସ ସୁଶାନ୍ତଙ୍କ ସାନ ଭଉଣୀକୁ ମଧ୍ୟ ଇତିମଧ୍ୟରେ ପଚରା ଉଚରା କରିଛନ୍ତି । ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପୋଲିସ ସଂଗ୍ରହ କରିପାରିଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଭଉଣୀ ପୋଲିସକୁ କହିଛନ୍ତି ଯେ, ସୁଶାନ୍ତ ଅନେକ ଦିନ ଧରି ଡିପ୍ରେସନରେ ରହୁଥିଲେ । ଆର୍ଥିକ ପରିସ୍ଥିତି ସବୁ ଠିକ୍ ଠାକ୍ ଥିଲା ।
ସଦ୍ୟତମ ସୂଚନାନୁଯାୟୀ, ପୋଲିସ ସୁଶାନ୍ତ ମୃତ୍ୟୁ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

Leave A Reply

Your email address will not be published.