Latest Odisha News

BREAKING NEWS

କ୍ରିକେଟ୍‌କୁ ଅଲବିଦା କହିଲେ ୟୁସୁଫ୍ ପଠାନ୍

ନୂଆଦିଲ୍ଲୀ: କ୍ରିକେଟର ସମସ୍ତ ଫର୍ମାଟରେ ଆଜିଠୁ ସନ୍ୟାସ ଗ୍ରହଣ କଲେ ବିସ୍ଫୋରକ ଅଲ୍‌ରାଉଣ୍ଡର୍ ୟୁସୁଫ୍ ପଠାନ୍ । ବରୋଦାର ଏହି ଧୁଆଁଧାର କ୍ରିକେଟର୍ ଭାରତ ପକ୍ଷରୁ ୫୭ଟି ଦିନିକିଆ ଓ ୨୨ଟି ଟି-୨୦ ମ୍ୟାଚ୍ ଖେଳିଥିଲେ । ତା ଛଡା ୨୦୦୭ ଟି-୨୦ ବିଶ୍ୱକପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜେତା ଦଳରେ ମଧ୍ୟ ସେ ସାମିଲ ଥିଲେ ।

ଏକ ଟୁଇଟ୍ ଜରିଆରେ ସେ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲାବେଳେ ଦଳ, ପରିବାର, ବନ୍ଧୁ, ଦେଶ ଓ ଫ୍ୟାନମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ବରୋଦାରୁ ଘରୋଇ କ୍ରିକେଟ୍ ଆରମ୍ଭ କରିଥିବା ୟୁସୁଫ୍ ଆଇପିଏଲରେ ୧୭୪ଟି ମ୍ୟାଚ ଖେଳିଥିଲେ । ଖାସ କରି କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ଦଳ ତରଫରୁ ତାଙ୍କ ପ୍ରଦର୍ଶନ ସବୁଠୁ ଉନ୍ନତ ରହିଥିଲା ।

ଶେଷଥର ପାଇଁ ୨୦୧୯ରେ ସେ ସନରାଇଜର୍ସ ହାଇଦରାବାଦ ପକ୍ଷରୁ ଆଇପିଏଲ୍‌ରେ ଖେଳିଥିଲେ । ତେବେ କ୍ରିକେଟ୍‌ରୁ ସନ୍ୟାସ ଗ୍ରହଣ କରିଥିଲେ ବି ୟୁସୁଫ ରୋଡ ସେଫ୍‌ଟି ୱାର୍ଲଡ୍ ସିରିଜରେ ଇଣ୍ଡିଆ ଲିଜେଣ୍ଡସ୍ ଦଳରେ ଖେଳିବେ ।

Leave A Reply

Your email address will not be published.