ଛୋଟ ବେଳେ ଜିତିଥିବା ପୁରସ୍କାର, ବଡ଼ ହେଲେ ପ୍ରେରଣା ଦିଏ । ହେଲେ ଅନେକ ସେ ସବୁକୁ ଭୁଲି ଯାଉଥିବା ବେଳେ ମାଆ ଯତ୍ନର ସହ ସାଇତି ରଖିଥାନ୍ତି । କାରଣ ବାପା-ମାଆଙ୍କ ପାଇଁ ସେମାନଙ୍କର ପିଲାମାନଙ୍କର ଛୋଟ ଛୋଟ ସଫଳତା ବି ବହୁତ ମୂଲ୍ୟବାନ ।
ଟ୍ୱିଟରରେ ଜଣେ ବ୍ୟକ୍ତି ନିଜ ମା’ଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ପୋଷ୍ଟ କରିଛନ୍ତି । ପୋଷ୍ଟରେ ତାଙ୍କ ମାଆ ୨୪ରୁ ଅଧିକ ବର୍ଷ ଧରି କାହିଁକି ଗୋଟିଏ ଥାଳିରେ ଖାଉଥିଲେ ଲେଖିଛନ୍ତି। ଏକ ସାଧାରଣ ପ୍ଲେଟର ଫଟୋ ସେୟାର କରିଛନ୍ତି ଦନ୍ତ ଚିକିତ୍ସକ ବିକ୍ରମ ଏସ ବୁଦ୍ଧନେସନ । ସେ ଲେଖିଛନ୍ତି,‘ତାଙ୍କ ମା କେବଳ ତାଙ୍କୁ ଏବଂ ତାଙ୍କ ଭାଣେଜିଙ୍କୁ ଏଥିରେ ଖାଇବାକୁ ଅନୁମତି ଦେଇଥିଲେ ।’
ମାଆଙ୍କ ମୃତ୍ୟୁ ପରେ ବୁଦ୍ଧନେସନ କହିଛନ୍ତି ଯେ,‘ ମୋର ଭଉଣୀ ମୋତେ କହିଥିଲେ ଯେତେବେଳେ ମୁଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୁଁ ଏହି ପ୍ଲେଟ୍ ପୁରଷ୍କାର ଭାବେ ଜିତିଥିଲି । ଏଥିରେ ମୋ ମା’ ବହୁତ ଖୁସି ହୋଇ ଯାଇଥିଲେ ଯେ ଗତ ୨୪ ବର୍ଷ ଧରି ମାଆ ସେହି ପ୍ଲେଟରେ ଖାଇ ଆସୁଥିଲେ। ଯାହାକୁ ମୁଁ ଜାଣି ନଥିଲି।’
ଏହି ପୋଷ୍ଟକୁ ପଢ଼ିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମତାମତ ଦେଇଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଲେଖିଛନ୍ତି, ମା’କୁ ହରାଇବା କଷ୍ଟ ଜୀବନର ସବୁଠାରୁ ବଡ଼ କଷ୍ଟ। ଯାହାକି ମଲା ଯାଏ ଭୁଲି ହୋଇ ନଥାଏ।
Comments are closed.