Latest Odisha News

ଚାନ୍ଦିପୁରରୁ ସବସୋନିକ୍ କ୍ରୁଜ୍ ମିସାଇଲ ‘ନିର୍ଭୟ’ର ସଫଳ ଉତକ୍ଷେପଣ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନମ୍ବର ଲଞ୍ଚ ପ୍ୟାଡରୁ ମଧ୍ୟମ ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ କରାଯାଇଛି । ସକାଳ ୯ଟା ୫୫ ମିନିଟ୍‌ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା ।

ପୂର୍ବରୁ ନିର୍ଭୟ ମିସାଇଲରେ ଟର୍ବୋଫ୍ୟାନ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଉଥିଲା । ଏଥର ମାଣିକ୍‌ ଟର୍ବୋଫ୍ୟାନ୍‌ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହାଦ୍ୱାରା ମିସାଇଲ ଅଧିକ ବେଗ ପାଇବା ସହିତ କମ୍ ଶବ୍ଦ କରିବ ।

ନିର୍ଭୟ ମିସାଇଲର ଓଜନ ୧୫୦୦ କିଲୋଗ୍ରାମ । ଏହାର ଲମ୍ବ ୬ ମିଟର ଏବଂ ଓସାର ୦.୫୨ ମିଟର । ଏହାର ଡ଼େଣାର ଲମ୍ବ ୨.୭ ମିଟର । ୨ଶହରୁ ୩ଶହ କିଲୋଗ୍ରାମ ପର୍ୟ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରହିଛି ନିର୍ଭୟ ମିସାଇଲ୍ । ୭୫୦ରୁ ୧୦୦୦ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ ।

ନିର୍ଭୟ ମିସାଇଲର ବେଗ ଶବ୍ଦର ବେଗଠାରୁ ୭ରୁ ୯ ଗୁଣ ଅଧିକ । ଏହି କ୍ଷେପଣାସ୍ତ୍ରକୁ ପ୍ରଥମେ ୨୦୧୩ ମସିହା ମାର୍ଚ୍ଚ ୧୨ ତାରିଖରେ ଚାନ୍ଦିପୁରରୁ ପରୀକ୍ଷା କରାଯାଇଥିଲା । ଆଜି ନବମ ଥର ପାଇଁ ନିର୍ଭୟ ମିସାଇଲର ପରୀକ୍ଷା କରାଯାଇଛି ।

Leave A Reply

Your email address will not be published.