Latest Odisha News

BREAKING NEWS

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ସୌମ୍ୟ ପଟ୍ଟନାୟକ: ଜୟନାରାୟଣ

ଭୁବନେଶ୍ୱର: ଦିନକ ପରେ ୪୦ ବର୍ଷରେ ପଦାର୍ପଣ ଦୈନିକ ଖବରକାଗଜ ‘ସମ୍ବାଦ’ । ହେଲେ ତା ପୂର୍ବରୁ ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ ସମ୍ପାଦକ ପଦରୁ ଛାଡିବା ପରେ ସବୁ ଦାୟିତ୍ୱ ଝିଅ ତନୟା ପଟ୍ଟନାୟକଙ୍କୁ ଦେଇଛନ୍ତି ।

ଏବେ ସମ୍ବାଦର ନୂଆ ସମ୍ପାଦକ ହୋଇଛନ୍ତି ତନୟା ପଟ୍ଟନାୟକ ।  ଗତ କିଛି ଦିନ ଧରି ୫ଟି ସଚିବଙ୍କ ବିରୋଧରେ ନିଜ ସମ୍ପାଦକୀୟରେ ଲେଖି ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ସୌମ୍ୟ । ଶେଷରେ ତାଙ୍କୁ ଦଳର ଉପସଭାପତି ଏବଂ ଶେଷରେ ଦଳରୁ ବାହାରି କରାଯାଇଥିଲା ।

ତା ପରଠାରୁ  ସୌମ୍ୟ ପଟ୍ଟନାୟକଙ୍କ ସ୍ୱର ଆଉ ଶୁଣିବାକୁ ମିଳୁ ନ ଥିଲା ।ଏହା ଭିତରେ ଋଣ ଜାଲିଆତିରେ ତାଙ୍କ ଫସାଇ ଇଓଡବ୍ଲୁ ତାଙ୍କୁ ଘାଣ୍ଟି ପକାଇଥିଲା । ସମ୍ବାଦ କାର୍ଯ୍ୟାଳୟ ମଧ୍ୟରେ ଇଡି ପଶି କାଗଜପତ୍ର ସହ ଅନ୍ୟନ୍ୟ ତଥ୍ୟ ସଂଗ୍ରହ କରିଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଥିବାବେଳେ ହଠାତ ସୌମ୍ୟ ଆଜି ସମ୍ପାଦକ ପଦ ଛାଡିବା ନେଇ ଘୋଷଣା କରିଥିଲେ  । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ସୌମ୍ୟ ପଟ୍ଟନାୟକ ଅମିତ ଶାହଙ୍କୁ ଭେଟି ଆସିଛନ୍ତି । ଜୟ ନାରାୟଣ କହିଛନ୍ତି, ମୁଁ ଶୁଣିଛି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସୌମ୍ୟ ରଞ୍ଜନ ଭେଟିବାକୁ ଯାଇଥିଲେ  । ସାଂପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ୟ ଜଣାଇଥିବା ଶୁଣିଛି ବୋଲି ସେ କହିଛନ୍ତି। ତେବେ ସେ ଏକଥା ବି କହିଛନ୍ତି, ଜଣେ ସାଧାରଣ ଲୋକ ବି ଚାହିଁଲେ ଶାହଙ୍କୁ ଭେଟି ପାରିବ ।

ତେବେ ହଠାତ ସୌମ୍ୟଙ୍କ ଏପରି ପଦକ୍ଷେପରେ ଖାଲି ରାଜେନୖତିକ ମହଲ ନୁହେଁ, ପାଠକ ମହଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ଏହା ପରେ କ’ଣ ହେଉଛି ସମସ୍ତେ ଜାଣିବା ପଇଁ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.