Latest Odisha News

ରାୟଗଡାରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାୟଗଡା: ରାୟଗଡା ଟାଉନ୍ ଅଞ୍ଚଳରେ ପୋଲିସର ଏନକାଉଣ୍ଟରରେ ସୋମବାର ସକାଳେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି ।

ଆହତ ଅପରାଧୀ ଜଣକ ଏଚ୍ ଶିବା ବୋଲି ଜଣାପଡିଛି ।

ଆହତ ଅପରାଧୀର ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇ ଦେଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ତା’ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୫୦ରୁ ଅଧିକ ଅପରାଧୀକ ମାମଲା ରହିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ସେ ଥିବାବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହାପରେ ପୋଲିସ୍ ସହ ତା’ର ମୁହାଁମୁହିଁ ହୋଇଥିଲା। ଏହି ସମୟରେ ସେ ପୋଲିସ୍ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବ ପୋଲିସ୍ ଦେଇଥିଲା। ଅନ୍ୟପଟେ ଏହି ଗୁଳି ବିନିମୟ ବେଳେ ଏସଆଇ ରିଗନ କିଣ୍ଡୋ ଓ ହାବିଲଦାର ଦିଲୀପ ହୋତା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.