Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସ୍ଵିଫ୍ଟ କ୍ରିକ୍ ଉପତ୍ୟକା ୱାୟୋମିଙ୍ଗର ରହସ୍ୟମୟ ‘ରିଦମିକ୍ ସ୍ପ୍ରିଙ୍ଗ’

ଆମ ଚାରିପାଖରେ ଅନେକ ଘଟଣା ଘଟିଚାଲିଛି । ରହସ୍ୟମୟ ଦୁନିଆ ଭିତରେ ଆମେ ରହିଛେ। ପ୍ରତିଦିନ କିଛି କିଛି ରହସ୍ୟମୟ ଘଟଣା ଆମ ସାମନାକୁ ଆସୁଛି। ଏଇ ଯେମିତି ରିଦମିକ୍ ସ୍ପ୍ରିଙ୍ଗ । ଏହା ହେଉଛି ଏକ ଝରଣା । ଆମେରିକାର ୱାୟୋମିଙ୍ଗ ପର୍ବତରୁ ବାହାରିଥିବା ଛୋଟ ଝରଣା। । ହେଲେ ଏହା କୌଣସି ସାଧାରଣ ଝରଣା ନୁହେଁ।  ରହସ୍ୟମୟ ହେଉଛି ଏହି ଝରଣା। ଯାହା ପ୍ରବାହିତ ହୋଇଥାଏ ହେଲେ ପ୍ରତି ୧୫ମିନିଟରେ ଆପେ ଆପେ ବନ୍ଦ ହୋଇଯାଏ ।ସ୍ଵିଫ୍ଟ କ୍ରିକ୍ ଉପତ୍ୟକାରୁ ସେହି ଛୋଟ ଝରଣା ପ୍ରବାହିତ ହୋଇଥାଏ । ଝରଣାର ବିଶେଷତ୍ୱ ହେଉଛି ଜଳ ପାହାଡ ମଧ୍ୟଭାଗରୁ ମୁଷଳ ଧାରାରେ ପଡିଥାଏ। କିନ୍ତୁ ଏହା ପରେ ପାଣି ମଝିରେ ମଝିରେ ଅଟକିଯାଏ। ପ୍ରାୟ ୧୫ ମିନିଟ୍ ଅଟକିବା ପରେ, ଜଳ ସ୍ରୋତ ପୁଣି ଥରେ ପଡ଼ିବା ଆରମ୍ଭ କରେ। ଏହି ଚକ୍ର ପ୍ରତ୍ୟେକ ୧୫ ମିନିଟରେ ଥରେ ପୁନରାବୃତ୍ତି ହୋଇଥାଏ।ୱାୟୋମିଙ୍ଗର ଏହି ଅଦ୍ଭୁତ ଝରଣା ଗ୍ରୀଷ୍ମ ଋତୁରେ ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ଯେତେବେଳେ ଭୂମି ତଳ ଜଳ ପ୍ରବାହ କମ୍ ହୁଏ, ସେତେବେଳେ ଲୋକମାନେ ଏଠାକୁ ଆସି ଝରଣାକୁ ଉପଭୋଗ କରନ୍ତି ।ଏ ଏହି ଘଟଣା ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି। ପ୍ରାକୃତିକ ମନୋରମ ପରିବଶେରେ ଥିବା ଏହି ଝରଣାର ଦୃଶ୍ୟ ବି ବେଶ୍ ମନୋରମ। ହେଲେ ପ୍ରତି ସମୟରେ ପାଣି ଅଟକିବା ନେଇ ଅନେକ ପ୍ରଶ୍ନ?ଏହି ଘଟଣା ନେଇ ବୈଜ୍ଞାନିକ ମାନେ ବି ଫେଲ୍ ମାରିଛନ୍ତି । ବହୁ ଚେଷ୍ଟା କରି ଏହାର ରହସ୍ୟ ଏପର୍ଯ୍ୟନ୍ତ କେହି ବି ଉନ୍ମୋଚନ କରିପାରିନାହାନ୍ତି । ଏବେ ବି ଏହି ରିଦମିକ୍ ସ୍ପ୍ରିଙ୍ଗ ରହସ୍ୟ ରହସ୍ୟ ଭିତରେ ହିଁ ରହିଛି ।

Comments are closed, but trackbacks and pingbacks are open.