Latest Odisha News

ଉଚ୍ଛେଦ ହେଲା ଶ୍ରୀମନ୍ଦିର ଜମିରେ ଥିବା ଶ୍ରୀକୃଷ୍ଣ ସିନେମା ହଲ୍

ପୁରୀ (ସନ୍ତୋଷ ଦାସ): ଶ୍ରୀକ୍ଷେତ୍ରରେ ପୁଣି ଜବରଦଖଲ ଉଚ୍ଛେଦ । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖରେ ଥିବା ଶ୍ରୀକୃଷ୍ଣ ସିନେମା ହଲକୁ ଉଚ୍ଛେଦ କରାଯାଇଛି । ଶ୍ରୀମନ୍ଦିର ଠାରୁ ମାତ୍ର ୧୦୦ ମିଟର ଦୂରରେ ଶ୍ରୀମନ୍ଦିର ଜମିରେ ଶ୍ରୀକୃଷ୍ଣ ସିନେମା ହଲ୍ ରହିଥିଲା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଲାଗି ଆଜି ଶ୍ରୀକୃଷ୍ଣ ସିନେମା ହଲକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି ।

ଉଚ୍ଛେଦ ନେଇ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଶ୍ରୀମନ୍ଦିର ପଛ ପାଖେ ଥିବା ରାସ୍ତାକୁ ବନ୍ଦ କରି ଉଚ୍ଛେଦ କରାଯାଉଛି । ଜମି ଦଖଲରେ ଥିବା ପ୍ରଜାଙ୍କୁ କ୍ଷତିଭରଣା ଦିଆଯାଇ ଉଚ୍ଛେଦ କାର୍ଯ୍ୟ ସୁରୁଖୁରରେ ହେଉଥିବା କହିଛନ୍ତି ଉପଜିଲ୍ଲାପାଳ ।

ବାତ୍ୟା ଫନିରେ ପୁରୀରେ ଥିବା ସମସ୍ତ ୫ଟି ସିନେମା ହଲ୍ ଭାଙ୍ଗି ରୁଜି ଯାଇଥିଲା । ସେବେଠୁ ସବୁ ହଲ୍ ବନ୍ଦ ହୋଇ ରହିଥିବା ବେଳେ ଶ୍ରୀକୃଷ୍ଣ ସିନେମା ହଲରେ ପଡ଼ୁଥିଲା ହାତ ଗଣତି ଫିଲ୍ମ । ଏବେ କିଛିଦିନ ଅଚଳ ହୋଇ ପଡ଼ି ରହିବା ପରେ ଜବରଦଖଲରେ ଥିବାରୁ ପ୍ରଶାସନ ଉଚ୍ଛେଦ କରିଛି ।

Leave A Reply

Your email address will not be published.