Latest Odisha News

‘ଲୋକସେବା ଭବନ’ ନାମରେ ନାମିତ ହେବ ରାଜ୍ୟ ‘ ସଚିବାଳୟ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ‘ସଚିବାଳୟ’ର ନାମ ବଦଳାଇ ଏହାକୁ ‘ଲୋକସେବା ଭବନ’ ନାମରେ ନାମିତ କରିବା ପାଇଁ ନବୀନ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ।

ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାର ଉତ୍ତର ଦେବା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।

ନବୀନ କହିଛନ୍ତି “ସେବା ଓ ଶାସନକୁ ଆଉ ଏକ ପର୍ଯ୍ୟାୟକୁ ନେବା ପାଇଁ ଆମ ସରକାର ଟେକନୋଲୋଜି, ଟିମୱାର୍କ, ଟ୍ରାନ୍ସପରେନ୍ସି ଓ ଟାଇମ ଲିଡ଼ିଙ୍ଗ ଟୁ ଟ୍ରାନ୍ସଫରମେସନ ନାମରେ ୫’ଟି’ ମନ୍ତ୍ରକୁ ପ୍ରତିପାଦିତ କରିଛି” ।

“ମୋ ସରକାର ପାରଦର୍ଶିତା ବନେଇ ରଖିବା ପାଇଁ ସଂକଳ୍ପବଦ୍ଧ । ଲୋକୟୁକ୍ତ କାର୍ଯ୍ୟାଳୟ ଚଳିତ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖରୁ କାର୍ଯ୍ୟକାରୀ ହେବା ଆରମ୍ଭ ହେଲାଣି” ବୋଲି ନବୀନ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ” ମୁଁ ରାଜ୍ୟବାସୀଙ୍କ ପ୍ରତି ଗଭୀର ଭାବେ କୃତଜ୍ଞ ଏବଂ ସେମାନଙ୍କର ଆଶା ଆକାଂକ୍ଷା ପୂରଣ ପାଇଁ ଆହୁରି କଠିନ ପରିଶ୍ରମ କରିବି। ଜନସାଧାରଣ ମାନେ ହେଉଛନ୍ତି ଗଣତନ୍ତ୍ରର ସ୍ୱାମୀ ଏବଂ ଆମେ ସମସ୍ତେ ତାଙ୍କ ସେବା କରିବା ପାଇଁ ରହିଛୁ । ଏହି ପରିପ୍ରେକ୍ଷୀରେ ମୁଁ ଘୋଷଣା କରୁଛି ଯେ, ‘ସଚିବାଳୟ’ ବା ‘ସେକ୍ରେଟାରୀଏଟ’ ଏଣିକି ଲୋକସେବା ଭବନ ନାମରେ ନାମିତ ହେବ” ।

Leave A Reply

Your email address will not be published.