Latest Odisha News

BREAKING NEWS

କଠୋର ହେଲା ଟ୍ରାଫିକ ନିୟମ, ପ୍ରଥମ ଥର ନିୟମ ଉଲ୍ଲଙ୍ଘନରେ ବି ତିନି ମାସ ପାଇଁ ଅସ୍ଥାୟୀ ଭାବେ ରଦ୍ଦ ହେବ ଲାଇସେନ୍ସ

ଏଣିକ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିବ ।ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କଲେ ବି ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ହେବ। ତିନି ମାସ ପାଇଁ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ କରିବାକୁ  ରାଜ୍ୟ ର ସବୁ ପରିବହନ ଅଧିକାରୀ ଓ ଆରଟିଓ କୁ ଚିଠି ଲେଖିଲେ ପରିବହନ କମିଶନର।

୮ ନିୟମ ଭାଙ୍ଗିଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ। ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଲାଇଲେ ଏବଂ ଗାଡି ଚଲାଇବା ବେଳେ ମୋବାଇଲ ବ୍ୟବହାର କଲେ ଲାଇସେନ୍ସ ରଦ୍ଦ ହେବ।ଅଧିକ ବେଗରେ ଗାଡି ଚଳାଇଲେ ମଧ୍ୟ ଆପଣଙ୍କ ଲାଇସେନ୍ସ ୩ ମାସ ପାଇଁ ରଦ୍ଦ ହୋଇଯିବ।

ସେହିପରି ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିବା ଓ ଅଧିକ ମାଲ ପରିବହନ କଲେ, ଟ୍ର୍ୟାଫିକ ଛକରେ ରେଡ ସିଗନାଲ ଭାଙ୍ଗିବା ସହ ଭୁଲ ଦିଗରୁ ଗାଡି ଚଲାଇଲେ ଆପଣଙ୍କ ଲାଇସେନ୍ସ ରଦ୍ଦ ହେବ।ସମସ୍ତ ଆରଟିଓ ମାନଙ୍କୁ ପରିବହନ କମିଶନର ଚିଠି ଲେଖି ଜଣାଇଛନ୍ତି।ସୁପ୍ରିମକୋର୍ଟ କମିଟି ମଧ୍ୟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଏଣିକି ଏହା କଡାକଡି ଭାବେ ଲାଗୁ କରାଯିବ।

Leave A Reply

Your email address will not be published.