Latest Odisha News

[ଭିଡ଼ିଓ] STF ପଞ୍ଝାରେ ୨ ବଜ୍ରକାପ୍ତା ଚୋରା ଚାଲାଣକାରୀ, ଗୋଟିଏ ବଜ୍ରକାପ୍ତା ଉଦ୍ଧାର

କୋରାପୁଟ: ଏସଟିଏଫ୍ ପଞ୍ଝାରେ ଦୁଇ ବଜ୍ରକାପ୍ତା ଚୋରା ଚାଲାଣକାରୀ । କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଧରିଲା ଏସଟିଏଫ୍ ଓ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ମାଧମ ପରଜା ଓ ଜଗବନ୍ଧୁ ପରଜା । କୋରାପୁଟ ବନ ବିଭାଗ ସହାୟତାରେ କୋରାପୁଟ-ବୋରିଗୁମ୍ମା ବାଇକସ୍ ରୋଡରେ ଡିଲ୍ ବେଳେ ଏମାନଙ୍କୁ ମାଡ଼ି ବସିଥିଲା ଏସଟିଓଫ୍ ।

ଗତ ବର୍ଷେ ଭିତରେ ଏସଟିଏଫ୍ ୧୧ଟି ଜୀବନ୍ତ ବଜ୍ରକାପ୍ତା, ୧୬ ବଜ୍ରକାପ୍ତା କାତି, ୨୫ଟି ବାଘ ଛାଲ, ୧୫ଟି ହାତୀ ଦାନ୍ତ, ୭ଟି ହରିଣ ଚମଡ଼ା ଜବତ କରିଛି । ଏସବୁ ମାମଲାରେ ମୋଟ୍ ୫୭ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ।

Comments are closed, but trackbacks and pingbacks are open.