Latest Odisha News

BREAKING NEWS

ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ଭୂମିକମ୍ପ, ଦେଖନ୍ତୁ ଭିଡିଓ

ତ୍ରିନିଦାଦ: ୧୯ ବର୍ଷରୁ କମ୍ ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ହେଲା ଭୂମିକମ୍ପ । କୁଇନ୍ସ ପାର୍କ ଓଭାଲରେ ଜିମ୍ୱାଓ୍ୱେ ଓ ଆୟଲ୍ୟାଣ୍ଡ ମ୍ୟାଚ୍ ଚାଲିଥିବା ବେଳେ ଭୂମିକମ୍ପ ହେଲା । ଜିମ୍ବାଓ୍ୱେ ବ୍ୟାଟିଂ କରିବା ବେଳେ କମ୍ପନ ଅନୁଭୂତ ହୋଇଥିଲା । ତେବେ ଖେଳ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । ଲାଇଭ୍ କମେଣ୍ଟ୍ରି ବେଳେ କମ୍ପନ ଅନୁଭନ କରିଥିବା କମେଣ୍ଟେଟର କହିଥିଲେ ।

BjdElectrycity

ପୋର୍ଟ ଅଫ୍ ସ୍ପେନରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ଝଟକା ବିଶ୍ୱକପ୍ କ୍ରିକେଟ ମ୍ୟାଚ୍ ବେଳେ ଖେଳାଳି ବି ଅନୁଭବ କରିଥିଲେ । ସେତେବେଳେ ଆୟଲ୍ୟାଣ୍ଡ ସ୍ପିନର ମାଥ୍ୟୁ ହମ୍ପରେସ୍ ଷଷ୍ଠ ଓଭର୍ ବୋଲିଂ କରୁଥିଲେ । ଏତିକିବେଳେ ଭୂକମ୍ପ ଝଟକାରେ ଆଗରେ ଲାଗିଥିବା କ୍ୟାମେରା ଜୋରରେ ଦୋହଲି ଯାଇଥିଲା ।

Comments are closed, but trackbacks and pingbacks are open.