Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଓଡ଼ିଆ ମାନଙ୍କର ଗର୍ବ ଗୌରବ : ଝଡ଼ର ଇଗଲ ତଥା ମହାନ ଜନନାୟକଙ୍କ ସ୍ମୃତିରେ . . .

ଭୁବନେଶ୍ୱର : ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁ ପଟ୍ଟନାୟକ।  ବିଜୁ ପଟ୍ଟନାୟକ, ଓଡିଆମାନଙ୍କର ଗର୍ବ ଏବଂ ଗୌରବ, ଆଧୁନିକ ଓଡିଶାର କିମ୍ବଦନ୍ତୀ ନେତା ତଥା ସ୍ଥପତି, ସେ ନିଜକୁ ଭୂମିପୁତ୍ର ଭାବରେ ପ୍ରମାଣିତ କରିଛନ୍ତି ତାଙ୍କର ଅଭିନବ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ମାଧ୍ୟମରେ | ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ମାର୍ଚ୍ଚ ୫, ୧୯୧୬ ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସଂସ୍କୃତି ସମ୍ପନ୍ନ, ପ୍ରତିଷ୍ଠିତ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ।

ତାଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏବଂ ମାତା ଆଶାଲତା ଦେବୀ ତାଙ୍କଠାରେ ସାହସ ପୋଷଣ କରିଥିଲେ ଏବଂ ବାଲ୍ୟ କାଳରୁ ତାଙ୍କର ସାହସିକତା କାର୍ଯ୍ୟରେ ତାଙ୍କୁ ପ୍ରେରଣା ଦେଇଥିଲେ ଏବଂ ଉତ୍ସାହିତ କରିଥିଲେ।

୧୯୧୬ରୁ ୨୦୧୬। ବିଜୁ ପଟ୍ଟନାୟକଙ୍କ ଶତବାର୍ଷିକୀ। ସେ କିନ୍ତୁ ରହିଥିଲେ ୧୯୧୬ରୁ ୧୯୯୭ । ୧୯୧୬ ମାର୍ଚ୍ଚ ୫ତାରିଖରୁ ୧୯୯୭ ଏପ୍ରିଲ୍ ୧୭ତାରିଖ । ୮୧ ବର୍ଷର ଜୀବନ। ଏହି ସମଗ୍ର ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମ-ତତ୍ପର। ପ୍ରତିଟି ମୁହୂର୍ତ୍ତ ଥିଲା ଆହ୍ୱାନକୁଚ ସମ୍ମୁଖୀନ ହେବାର ପ୍ରବଣତା। କାହାରିକୁ ଅପେକ୍ଷା କରୁନଥିଲେ।

୧୯୪୬ରେ ଇଣ୍ଡୋନେସିଆ ରାଷ୍ଟ୍ରପତି କର୍ଣ୍ଣେଲ୍ ହାଜା ଓ ପ୍ରଧାନମନ୍ତ୍ରୀ ମହମ୍ମଦ୍ ସାହାରିୟାରଙ୍କୁ ତାଙ୍କ ଡ଼ାକୋଟା ବିମାନରେ ଡଚ୍‍ମାନଙ୍କ କବଳରୁ ଦିଲ୍ଲୀ ନେଇ ଆସିବା ବା ୧୯୪୭ରେ ଶ୍ରୀନଗରରେ ଭାରତୀୟ ସୈନ୍ୟମାନଙ୍କୁ ଓହ୍ଲାଇବା ଭଳି ଏତେ ବଡ଼ ଘଟଣା ନୁହେଁ, ଯାହା ତାଙ୍କୁ ସମଗ୍ର ବିଶ୍ୱରେ ପରିଚୟ କରାଇଥିଲା। ଜଣେ ଦୁର୍ଦ୍ଧର୍ଷ ପାଇଲଟ ଏବଂ ଭାରତବର୍ଷର ଜଣେ ଦେଶଭକ୍ତ ସନ୍ତାନ ରୂପେ । ବିଜୁବାବୁ ପାଲଟି ଯାଇଥିଲେ ଜଣେ ତାରକା ପାଇଲଟ୍ । ଇଣ୍ଡୋନେସିଆ ତରଫରୁ ତାଙ୍କୁ ଦେଶର ସର୍ବୋଚ୍ଚ ଅଣସାମରିକ ସମ୍ମାନ ‘ଭୂମିପୁତ୍ର’ ପ୍ରଦାନ କରାଯାଇଥିଲା ।

ଯେ କୌଣସି ଛୋଟ ଛୋଟ ଘଟଣାରେ ମଧ୍ୟ ସେ ଦୁଃସାହସିକ ପଦକ୍ଷେପ ନେଉଥିଲେ। ଦେହ ପ୍ରତି ବିପଦ ହୋଇପାରେ ଜାଣି ମଧ୍ୟ ସେ ତାକୁ ଖାତିର କରୁନଥିଲେ।

୧୯୬୧ରେ ମଧ୍ୟବର୍ତ୍ତୀକାଳୀନ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ୧୪୦ରୁ ୮୨ଟି ଆସନ ଦଖଲ କଲା ଓ ବିଜୁବାବୁ ମାତ୍ର ୨ ବର୍ଷ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ବି ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ ।

ପାରାଦୀପ ବନ୍ଦର, ଏକ୍ସପ୍ରେସ୍ ହାଇୱେ, ମିଗ୍ ବିମାନ କାରଖାନା, ସୈନିକ ସ୍କୁଲ୍, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ରାଉରକେଲା ଇଞ୍ଜିନିୟରିଂ କଲେଜ୍ ଆଦି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ସଂପନ୍ନ ହୋଇଥିଲା ତାଙ୍କ ଶାସନ କାଳରେ । ତେବେ ୧୯୬୩ରୁ ୧୯୯୦ ଯାଏଁ ଦୀର୍ଘ ୨୭ ବର୍ଷ ଧରି ସେ ଉତ୍କଳ ରାଜନୈତିକ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ।

ସତୁରୀ ଦଶକରେ ମୋରାର୍ଜୀ ଦେଶାଇଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଇସ୍ପାତ, ଖଣି ଓ କୋଇଲା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଗଠିତ ଜନତାଦଳ ବିଧାନସଭାରେ ରେକର୍ଡ ସଂଖ୍ୟକ ୧୨୩ଟି ଆସନ ଦଖଲ କରିଥିଲା ଓ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାହାରକୁ ଶକ୍ତ, ଦୃଢ଼ ଓ ଅହଂକାରୀ ଦିଶୁଥିବା ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଥିଲା ଠିକ୍ ନଡ଼ିଆ ଭଳି । ୧୭ ଏପ୍ରିଲ୍ ୧୯୯୭ରେ ଏହି ବହୁଚର୍ଚ୍ଚିତ ଜନନେତା ଦିଲ୍ଲୀଠାରେ ହୃଦଘାତ ପ୍ରାଣତ୍ୟାଗ କରିଥିଲେ ।

ସଂସାରରୁ ଏକ ଉଜ୍ଜ୍ୱଳ ତାରକା ସବୁଦିନ ପାଇଁ ନିର୍ବାପିତ ହୋଇଯାଇଥିଲା।

Leave A Reply

Your email address will not be published.