Latest Odisha News

BREAKING NEWS

ଚୀନ୍ ଟିକାର ଜରୁରୀ ବ୍ୟବହାରକୁ ଅନୁମତି ଦେଲା WHO

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଚୀନ୍ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଚୀନର ସିନୋଫାର୍ମ ପ୍ରସ୍ତୁତ କୋଭିଡ୍ ଟିକାକୁ ଗ୍ରୀନ୍ ସିଗନାଲ ମିଳିଛି । ଏହା ହେଉଛି ଚୀନର ପ୍ରଥମ ଟିକା ଯାହାକୁ ମିଳିଛି WHO ମଞ୍ଜୁରୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଘେବ୍ରିଏସସ୍ ।

ଚୀନ୍ ସିନୋଫାର୍ମ ପ୍ରସ୍ତୁତ କୋଭିଡ୍ ଟିକାର ଦୁଇଟି ଡୋଜ୍ ନେବାକୁ ହେବ । ପ୍ରଥମ ଡୋଜ୍ ନେବାର ତିନିରୁ ଚାରି ସପ୍ତାହ ଅନ୍ତରରେ ନେବାକୁ ହେବ ଦ୍ୱିତୀୟ ଡୋଜ୍ । ବିଶ୍ୱର ବିଭିନ୍ନ ଦେଶକୁ ଚୀନ୍ ଏହି ଟିକା ପଠାଇଲାଣି । ପୂର୍ବରୁ ପି-ଫାଇଜର୍, ମୋଡେର୍ଣ୍ଣା, ଜନସନ୍ ଏଣ୍ଡ ଜନସନ୍ ଓ ଆଷ୍ଟ୍ରାଜେନିକା ଟିକାର ଜରୁରୀ ବ୍ୟବହାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ମିଳିଥିଲା ।

Leave A Reply

Your email address will not be published.