Latest Odisha News

BREAKING NEWS

ତିହାର ଜେଲକୁ ସ୍ଥାନାନ୍ତର ହେଲେ ସୁଶୀଲ କୁମାର

ନୂଆଦିଲ୍ଲୀ: ରେସଲର ସାଗର ରାଣାଙ୍କ ହତ୍ୟା ମାମଲାରେ ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୯ ଯାଏଁ ବୃଦ୍ଧି କରିଛନ୍ତି।

ସୁଶୀଲଙ୍କୁ ମାଣ୍ଡୋଲି ଜେଲରୁ ଏବେ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି।

ଅଧିକ ପଢନ୍ତୁ- ଛତ୍ରାସାଲ ଷ୍ଟାଡିୟମ ହତ୍ୟା ମାମଲା; ସୁଶୀଲ କୁମାରଙ୍କ ଲାଇସେନ୍ସ ବାତିଲ

ସୂଚନାଯୋଗ୍ୟ, ଜୁନିୟର ପହଲିୱାନ ସାଗର ଏବଂ ତାଙ୍କ ସାଥୀଙ୍କ ସହ ସୁଶୀଲ ଗୋଷ୍ଠୀଙ୍କ ସଂଘର୍ଷ ଘଟିଥିଲା । ସୁଶୀଲ ଏବଂ ଅନ୍ୟମାନଙ୍କ ମାଡରେ ସାଗର ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଏହା ପରେ ସୁଶୀଲ ଫେରାର ହୋଇ ଯାଇଥିଲେ । ୨୨ରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଅଧିକ ପଢନ୍ତୁ- ସାଗର ହତ୍ୟା ମାମଲା: ସୁଶୀଲଙ୍କ ରିମାଣ୍ଡ ଅବଧି ବଢ଼ିଲା

Leave A Reply

Your email address will not be published.