Latest Odisha News

BREAKING NEWS

ଟେଲମା-୪୦ ଭଳି ଓଡ଼ିଶା ବଜାରରେ ଆଉ ୪୫ଟି ନକଲି ଔଷଧ !

ଭୁବନେଶ୍ୱର: ଖାଲି ଟେଲମା-୪୦ ନୁହେଁ ଓଡ଼ିଶା ବଜାରରେ ଏଭଳି ୪୫ଟି ନକଲି ଔଷଧ ରହିଛି । ଯାହାକୁ ପ୍ରତିଦିନ ରୋଗୀ ରୋଗ ଭଲ କରିବା ପାଇଁ ଖାଉଛନ୍ତି । ଗ୍ୟାସ୍, ଉଚ୍ଚରକ୍ତ ଚାପ ଓ ଝାଡ଼ା ପାଇଁ ଚାହିଦାରେ ଥିବା ସିରପ୍ ଓ ଔଷଧର ନକଲି ପ୍ରସ୍ତୁତ କରି କିଛି ଅସାଧୁ ବେପାରୀ ବଜାରକୁ ଛାଡ଼ୁଛନ୍ତି । ଏଭଳି ଭାବେ ପ୍ରାୟ ୪୫ ପ୍ରକାର ନାମୀଦାମୀ ବ୍ରାଣ୍ଡ ନାଁରେ ବଜାରରେ ନକଲି ଔଷଧ ଥିବା ସୂଚନା ମିଳିଛି ।

ଗତ ୩ରୁ ୪ ମାସ ମଧ୍ୟରେ ଏଭଳି କାରବାର ବ୍ୟାପକ ବୃଦ୍ଧି ପାଇଥିବା କୁହାଯାଉଛି । କିନ୍ତୁ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ଏହାର ଟେର୍ ପାଉ ନାହିଁ । ବିହାରର ପାଟଣା ଓ ଛତିଶଗଡ଼ର ରାୟପୁର ଏହି ନକଲି ଔଷଧର ପେଣ୍ଠସ୍ଥଳ ପାଲଟିଥିବା ବେଳେ ରାଜ୍ୟକୁ ଯୋଗାଣ ହେଉଛି । ଏପରିକି ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ଏଭଳି ଔଷଧ ଉପରେ ସନ୍ଦେହ ପ୍ରକାଶ କରି ବ୍ୟବସାୟୀ ମାନଙ୍କୁ ଫେରାଇ ଦେବାକୁ ପରାମର୍ଶ ଦେଉଛି ।

ଟେଲମା-୪୦ ଔଷଧ ଜବତ ପରେ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗର ଏକ ଟିମ୍ ଅଧିକ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଯାଇଛି । ବିଶେଷ କରି ପାଟଣା, ଗୟା ଓ ରାୟପୁରକୁ ଟିମ୍ ଯାଇଥିବା ଜଣାପଡ଼ିଛି । କିନ୍ତୁ ତଦନ୍ତରେ ବିହାର ଓ ଛତିଶଗଡ଼ ସରକାର ବିଶେଷ ସହଯୋଗ କରୁନଥିବାରୁ ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.