Latest Odisha News

BREAKING NEWS

ମହିଳା ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ଚାମ୍ପିୟନ

କେପଟାଉନ: ଏଠାରେ ଅନୁଷ୍ଠିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ଅଷ୍ଟ୍ରେଲିଆ ୧୯ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଷଷ୍ଠ ଥର ଟି୨୦ ଟାଇଟଲ ହାସଲ କରି ଏକଛତ୍ରବାଦ ଜାରୀ ରଖିଛି । ଅଷ୍ଟ୍ରେଲିଆ ପ୍ରଦତ ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ବିନିମୟରେ ୧୩୭ ରନ କରିବାକୁ ସକ୍ଷମ ହୋଇଥିଲା । ଲୌରା ଭାଲଭର୍ଟ ୪୮ ବଲରୁ ୬୧ ରନ ସଂଗ୍ରହ କରି ସଂଘର୍ଷ କରିଥିଲେ । ସେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ସହଜରେ ବିଜୟ ହାସଲ କରି ନେଇଥିଲା । କ୍ଲୋ ଟାଇରନ ୨୫ ରନ କରିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ କଙ୍ଗାରୁ ଟିମ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମେଘନା ସ୍କଟ, ଆଶଲେ ଗାର୍ଡେନର, ଡେର୍ସି ବ୍ରାଉନ ଓ ଜେସ ଜୋନାସେନ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ କରିଥିଲା । ବେଥ ମୁନୀ ଦଳ ପକ୍ଷରୁ ସର୍ବାଧିକ ୭୪ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆସଲେ ଗାର୍ଡେନର ୨୯ ରନର ଦ୍ରୁତ ଇନିଂସ ଖେଳିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଶବନିମ ଇସମାଇଲ ଓ ମାରିଜାନେ କାପ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଟସ ଜିତି ଅଷ୍ଟ୍ରେଲିଆ ଅଧିନାୟିକା ମାଜ ଲେନିଂ ବ୍ୟାଟିଂ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.