Latest Odisha News

BREAKING NEWS

Browsing Tag

Corona Virus Update

ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ଆଉ ଏକ ବସ୍ ନାଗପୁରରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର : ସୁରତରୁ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ବସ୍ ମହାରାଷ୍ଟ୍ରର ନାଗପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫୦ ଜଣ ଲୋକଙ୍କୁ ନେଇ ଆସୁଥିବା ବସଟି ଅମରାବତୀ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ…

ଓଲଟିଲା କରୋନା ପଜିଟିଭଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ

କଟକ: ଓଏମ୍‌ପି ଛକରେ ଓଲଟିଲା କରୋନା ସଂକ୍ରମଣ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ । ଆଜି ଯାଜପୁରରୁ ଚିହ୍ନଟ ନୂଆ ୧୪ ଜଣ କରୋନା ପଜିଟିଭ ରୋଗୀଙ୍କୁ ନେଇ ୫ଟି ଆମ୍ବୁଲାନ୍ସ ଭୁବନେଶ୍ୱରର ଏକ କୋଭିଡ୧୯ ହସ୍ପିଟାଲକୁ ଯାଉଥିଲା । ଏହି ସମୟରେ ଗୋଟିଏ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡିଥିଲା…

ଯାଜପୁର ଜିଲ୍ଲାରେ ଆଉ ୧୪ କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୪୨ରେ ପହଞ୍ଚିଲା

ଭୁବନେଶ୍ୱର : ଯାଜପୁର ଜିଲ୍ଲାରେ ଆଉ ୧୪ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍ ରୋଗୀ ସଂଖ୍ୟା ୧୪୨ରେ ପହଞ୍ଚିଛି । ନୂଆ ୧୪ ରୋଗୀଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ରୋଗୀ…

ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ, ମୋଟ ସଂଖ୍ୟା ୧୨୮ ଛୁଇଁଲା

ଭୁୁବନେଶ୍ୱର : ଯାଜପୁରରୁ ଆଉ ତିନି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ନୂଆ ତିନି କରୋନା ପଜିଟିଭ୍‌ଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଏକ ହଜାର ଟପିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୦୦୮ରେ ପହଞ୍ଚିଛି । ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୭୮୭ ହୋଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୧ ଜଣ ମୃତ୍ୟୁବରଣ କରିଥିବା…

କ୍ୱାରେଣ୍ଟାଇନ ହୋମରେ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ରାୟଗଡା: କ୍ୱାରେଣ୍ଟାଇନ ହୋମରେ ଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଜିସିଡି ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ହୋମରେ ଥିବା ବେଳେ ଜଣେ ୩୮ ବର୍ଷୀୟ ଯୁବକ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକଙ୍କ ନାଁ ଭୂପି ପାତ୍ର । ଫିନାଇଲ ପିଇବା ପରେ ତାଙ୍କ…

ଆଉ କିଛି ଘଣ୍ଟା ପରେ ଗଂଜାମରେ ପହଞ୍ଚିବେ ସୁରଟ ଫେରନ୍ତା

ଫୁଲବାଣୀ : ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରଟରୁ ଗଞ୍ଜାମ ଅଭିମୁଖେ ବାହାରିଥିବା ଚାରିଟି ବସ୍ ଫୁଲବାଣୀ ଅତିକ୍ରମ କରିଛି । ଜିଲ୍ଲା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବସଗୁଡିକ ଆସୁଛି । ଚାରିଟି ବସରେ ଆସୁଥିବା ଶତାଧିକ ପ୍ରବାସୀ ଓଡିଆ ଗଂଜାମର ଧରାକୋଟ ଓ ଶେରଗଡରେ ପହଞ୍ଚିବା ପରେ ସେମାନଙ୍କ…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…

ଗୁଜୁରାଟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ

ଭୁବନେଶ୍ୱର: କରୋନା ଲକ୍ ଡାଉନ ପାଇଁ ବାହାର ରାଜ୍ୟରେ ଫଶି ରହିଛନ୍ତି ଅନେକ ଓଡିଆ ଶ୍ରମିକ । ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ରବିବାର ପ୍ରଥମେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ସନ୍ଧ୍ୟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧବ ଠାକରେଙ୍କ ସହ ଆଲୋଚନା…