Latest Odisha News

BREAKING NEWS

Browsing Tag

COVID-19

ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ସର୍ବାଧିକ ୪୦୧୮ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ଗତ କିଛି ଦିନ ହେବ ଦୈନିକ ଚାରି ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସଂକ୍ରମିତଙ୍କ ସହ ତାଳ ଦେଇ ରୋଗୀ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

କାଲିଠୁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି । ନିର୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । କିଛି ବିଭାଗରେ କରୋନା ସଂକ୍ରମିତଙ୍କ…

‘ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ବଢ଼ୁଛି ସଂକ୍ରମଣ’

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉଦବେଗ ଜନକ ଭାବେ ବଢୁଛି । ବିଳମ୍ବିତ ଟେଷ୍ଟ ରିପୋର୍ଟ ଯୋଗୁଁ ଏହି ସଂକମ୍ରଣୁ ବଢ଼ୁଥିବା ନେଇ ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର କହିଛନ୍ତି । ଏଥିସହ ଅମାନିଆ ବ୍ୟକ୍ତିଙ୍କୁ ସେ ଦାୟୀ କରିଛନ୍ତି । ସେ କହିଛନ୍ତି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ…

କୋଭିଡ ହସ୍ପିଟାଲର ଯାଂଚ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ: ସରକାରୀ ଓ ଅନ୍ୟ କୋଭିଡ ହସ୍ପିଟାଲର ହେବ ଯାଂଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଯାଂଚ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା…

‘କରୋନାରୁ ସୁସ୍ଥ ପରେ ବି ଆକ୍ରାନ୍ତ ହେବା ଆଶଙ୍କା ଅଧିକ’

ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ତଥାପି ମହାମାରୀର ପ୍ରକୋପ କମୁନି । ତେବେ ସାରା ଦେଶରେ କରୋନା ଆକ୍ରାନ୍ତଠାରୁ ସୁସ୍ଥ ସଂଖ୍ୟା ଅଧିକ ବୋଲି ରିପୋର୍ଟ କହୁଛି । କିନ୍ତୁ କରୋନା ସୁସ୍ଥ ହେଲା ପରେ ବି ଆମକୁ ସଜାଗ ରହିବାକୁ ହେବ । ସୁସ୍ଥ ପରେ ବି ଆକ୍ରାନ୍ତ ଆଶଙ୍କା ଅଧିକ ରହିଛି ।…

ବହୁ ରୋଗରେ ପୀଡ଼ିତ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ମନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କରୋନା ଲକ୍ଷଣ ଦେଖାଦେଲେ କଣ କରିବେ ଓ ଘରେ ରହି ନିଜେ ନିଜେର କିପରି ଚିକିତ୍ସା କରିବେ ସେନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ବହୁରୋଗରେ ପୀଡ଼ିତ ଥିଲେ କରୋନା ପଜିଟିଭ ବ୍ୟକ୍ତି ହୋମ୍ ଆଇସୋଲେସନରେ ରହିପାରିବେ…

ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଞ୍ଚ

ଭୁବନେଶ୍ୱର: ଏଣିକି ଟ୍ୱିନ୍‌ସିଟିରେ କଡାକଡି ହେବ କୋଭିଡ ଯାଂଚ । କଟକ-ଭୁବନେଶ୍ୱର କରୋନା କଟକଣାକୁ ଜୋରଦାର କରାଯିବ । ବଜାର ଅଂଚଳ ଓ ହଟ୍‌ସ୍ପରେ କୋଭିଡ ଚେକିଂ ଜୋରଦାର ହେବ । ଏଥିପାଇଁ ଭୁବନେଶ୍ୱରୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ପ୍ରତି ଜୋନ୍ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ଡିସିପି,…

ନୂଆ ଲକ୍ଷଣ: ଜ୍ୱର ନଥିଲେ ବି ହୋଇପାରେ କରୋନା

ଭୁବନେଶ୍ୱର: ଦେଶରେ କରୋନା ମିଟରର କଂଟା ଉପର ମୁହାଁ ରହିଛି । ତଳକୁ ଖସିବାର ନାନେଉ ନାହିଁ । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାମାନ୍ୟ ଥଣ୍ଡା, ଜ୍ୱର, ଲାଗିରହିଲେ ହାତଗୋଡ ବିନ୍ଧା ହେଲେ କରୋନା ହୋଇଥାଇପାରେ ବୋଲି ଆମେ ଭାବିଥାଉ ଏବଂ ଏହା  କରୋନାର ଲକ୍ଷଣ ମଧ୍ୟ…

ବିଧାନସଭା ବର୍ଜନ ଚେତାବନୀ ଦେଲେ ସୁର

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ କୋଭିଡ କଟକଣା ଯୋଗୁଁ ବୟସ୍କ ତଥା ୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକଙ୍କୁ ବିଧାନସଭା ପ୍ରବେଶ ମନା ହୋଇଛି । ଏହାକୁ ନେଇ ଆଜି ଗର୍ଜିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ସେ…

ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ, ଡିସଚାର୍ଜ ହେଲେ ୪୧୨୧ କରୋନା ରୋଗୀ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ଦୁଇଟି ବଡ ରେକର୍ଡ । ଗତ ୨୪ ଘଂଟାରେ ୪୨୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ଅନୁପାତରେ ସୁସ୍ଥ ହୋଇଛନ୍ତି ରୋଗୀ । ଆଜି ରାଜ୍ୟରୁ ୪୧୨୧ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା…